ସ୍ମୃତି

କେହି କାହାକୁ ଚିହ୍ନି ନ ଥିଲା ବେଳେ ହିଁ ସମସ୍ତେ ଆଗଭର ହୋଇ ପଡନ୍ତି ପରସ୍ପରକୁ ଚିହ୍ନିବାକୁ ।ଆଉ ଚିହ୍ନିଲା ପରେ ଛୋଟ ସରୁ ଗଳିଟିଏ ଖୋଜି ନିଅନ୍ତି ପରସ୍ପରଠୁ ଦୂରେଇ ଯିବାକୁ । ଏହାର କାରଣ ବିଷୟରେ ଜାଣିବାର ବିଶେଷ କିଛି ଆବଶ୍ୟକ...

ଛାଇ

ଆମ ସାମ୍ନାରେ ଗୋଟିଏ ବିରାଟ ସମୁଦ୍ରଥିଲା..ଆଉ ଆମେ ଦୁହେଁ ଶବ୍ଦହୀନ ।ଜୀବନଟାକୁ ଗୋଟେ ସମୁଦ୍ର କହିଲେ ଅତ୍ୟୁକ୍ତି ତ ହେବନାହିଁ ନା ?? ଶବ୍ଦ ମାନେ ତାଙ୍କର ଅସ୍ତିତ୍ୱ କେବେଠୁ ହରାଇ ସାରିଥିଲେ ଆମ ସଂପର୍କର ତିକ୍ତତା ମଧ୍ୟରେ । ହୁଏତ ସଠିକ୍ ଭାବରେ...

ବଂଶୀର ସ୍ୱର

  ସିଝା ଅଣ୍ଡାଟିକୁ ଟିକେ ସାଉଁଳେଇ ଦେଲା "ଶିବୁ" ।ଏଇ ଶିଝା ଅଣ୍ଡାକୁନେଇ ସେ କେତେ ସ୍ୱପ୍ନ ଦେଖେ । ସିଝା ଅଣ୍ଡା ମିଳୁଥିବା ଦିନ ମାନଙ୍କରେ ସେ ମୋଟେ ଅନୁ ପସ୍ଥିତ ରୁହେନି ସ୍କୁଲ୍ ରେ ।ଏଇ ଅଣ୍ଡା ଭିତରେ ସେ ଖୋଜେ...

ଅବୁଝା ପ୍ରିୟା

ଶେଯ ଉପରେ ସେ ଛଟପଟ ହେଉଥିଲା ..ପୁଣି କଡ ଲେଉଟେଇଲା ।ଲମ୍ବା ତକିଆଟେକୁ ନେଇ ତା ଉପରେ ଗୋଡ ପକେଇ ପୁଣି ଶୋଇବାକୁ ଚେଷ୍ଟାକଲା ।ମୁଁ ଜାଣେ ସେ ଚେଷ୍ଟା କଲେ କେବେ ବି ଶୋଇ ପାରେନି ବରଂ ବେଳୁ ବେଳ ସେ...

ସଂସ୍କାର

ଆକାଶ ବାଣୀ ଜଣେଇ ଦେଇ ସାରିଥିଲା ପ୍ରବଳ ବର୍ଷା ହେବ ।ଲଘୁଚାପ ତିନି ଦିନ ଧରି ରହିବ ।ଘରେ ଘରେ ସବୁ ସତର୍କ ନିଜ ପାଇଁ।ଅନ୍ୟ କଥା ଭାବିବାକୁ ବେଳ କାହିଁ ?? ଦୀନବନ୍ଧୁ ବାବୁଙ୍କ ଘରେ ଯାଇଁନି ଏ ଯାଏଁ...

ଈଶ୍ୱର

ବାହାରେ ଢୋ ଢୋ ବର୍ଷା ,ରହି ରହି ବଜ୍ରପାତ ,ଏକ ଶୀତୁଆ ଶୀତୁଆ ରାତି,ଦେହସାରା ଦିନ ଯାକର କର୍ମମୟ ଦରଜର ସ୍ୱାକ୍ଷର ।ଢୁଳେଇ ଆସୁଛି ଆଖିପତା ।ନିଦେଇ ଆସୁଛି ଯେମିତି ଏ ଅନ୍ଧାର କାଳ ରାତ୍ରୀ । ବିଜୁଳି ନାହିଁ ।ଅନ୍ଧାର ଭିତରେ...

ମୃତ୍ୟୁ ର ଡାକ

ତୁମ ଫୋନ୍ ରିଂ ହେଲା । ଗୋଟିଏ ଅଜଣା ଉଦବେଗରେ ଫୋନ୍ ଟିକୁ ଉଠାଇଲି । ଭାବିଲି ତୁମେ ହିଁ ମୋତେ ପ୍ରଥମେ "ସରି "କହିବ ସବୁଥର ପରି । ଆଉ ମୁଁ ଟିକେ ମୁହଁ ଫୁଲେଇବି । ହେଲେ ଫୋନ୍ ସେପଟରୁ ତୁମର ନୁହେଁ,...

ବଣମଲ୍ଲୀ

ଏମିତି ବି ଗୋଟିଏ ଗାଁ ଥିଲା ଯେଉଁଠି ଇଶ୍ୱର କହିଲେ ଲୋକ ମାନେ ଉପରକୁ ହାତ ଟେକି ଡାକୁଥିଲେ । ପାଖରେ ଏମିତି ଗୋଟେ ବି ଗୋଟେ ପାହାଡ ଥିଲା ଯେଉଁଠୁ ସଂଧ୍ୟା ହେଲେ ବଣମଲ୍ଲୀର ବାସନା ଆସୁଥିଲା । କେହି ଜଣେ ବୁଦ୍ଧିଜିବୀ ପାହାଡକୁ...

ଚିଠିବାଲା

ଟ୍ରିଂ...ଟ୍ରିଂ...ଟ୍ରିଂ...ଠିକ୍ ଦିନ ତିନିଟାରେ ବାଜେ ।ଚିଠିବାଲା ଚିଠି ଆଣେ ।ଯିଏ ଯୁଆଡେ ଥାଆନ୍ତି ସେତେବେଳେ ସବୁ ଘରଦାଣ୍ଡକୁ ବାହାରି ଆସନ୍ତି ।ସମସ୍ତଙ୍କ ମୁହଁରେ ଗୋଟିଏ ଆଗ୍ରହ ।କିଛି ଲୋକଙ୍କୁ ଚିଠି ମିଳେ, ଆଉ ନ ପାଇଥିବା ଲୋକ ଚିଠି ବାଲାକୁ ପଚାରନ୍ତି ...ଆଜି...

-ଦୋଷୀ-

ବିଡି ଟାଣୁଥିବା କନେଷ୍ଟବଳ ଟି ହାଜତ ଭିତରେ ଥିବା ପିଲାଟିକୁ ପଚାରୁଥିଲା "ତୋର ବୟସ କେତେ"?? ପିଲାଟି ବେପରୁଆ ଠାଣିରେ ଜବାବ୍ ଟିଏ ଫିଙ୍ଗିଦେଲା ...ଚଉଦ ।ମୁହଁ କୁ ଚୁଚୁନ୍ଦ୍ରା ଭଳି କରି ପାଟିରେ ପୁଣି "ଚିକ୍ ଚିକ୍"କରି ଆବାଜ୍ କାଢୁଥିଲା ।ତାର ଚିକ୍...