ଭାଇ ଭଉଣୀ ଙ୍କ ସ୍ନେହ ଓ ବନ୍ଧନ ର ପର୍ବ ରକ୍ଷା ବନ୍ଧନ। ଏହି ପର୍ବ ରେ ଭଉଣୀ ନିଜ ସୁରକ୍ଷା ର ଡୋରି ତା ଭାଇ ହାତରେ ବାନ୍ଧି ଦେଇଥାଏ। କିନ୍ତୁ ଚଳିତ ବର୍ଷ ଯାଜପୁର ଜିଲ୍ଲା ର ଚିତାଲୋ କଲେଜ୍ ର ଛାତ୍ରୀ ମାନେ ଏକ ନିଆରା ଢଙ୍ଗରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରିବାକୁ ଯୋଜନା କରିଛନ୍ତି। ଯେଉଁ ବୀର ଯବାନ ମାନେ ଭାରତ ର ସୀମା ରେ ରହି ସାରା ଭାରତବାସୀ ମାନଙ୍କୁ ସୁରକ୍ଷା ଦେଉଛନ୍ତି ସେମାନଙ୍କ ପାଇଁ ଏହି କଲେଜ୍ ର ଛାତ୍ରୀ ମାନେ ନିଜ ପସନ୍ଦ ର ରାକ୍ଷୀ ପଠାଇ ଏକ ନୂଆ ଉଦାହରଣ ସୃଷ୍ଠି କରିଛନ୍ତି।

ଯେଉଁ ବୀର ଯବାନ ମାନେ ଦେଶ ର ସୀମା ରେ ରହି ଆମମାନଙ୍କୁ ସୁରକ୍ଷା ଦେଉଛନ୍ତି ସେମାନେ କୌଣସି ପର୍ବ ପର୍ବାଣୀ ରେ ନିଜ ପରିବାର ସହ ସାମିଲ୍ ହେଇ ପାରୁନାହାନ୍ତି। ସେହି ବୀର ଯବାନ ମାନଙ୍କୁ ସମ୍ମାନ ଜଣାଇ ଏହି ଛାତ୍ରୀ ମାନେ ବଜାର ରୁ ନିଜ ପସନ୍ଦ ର ରାକ୍ଷୀ କିଣି ଡାକ ମାଧ୍ୟମ ରେ ଏହି ଯବାନ ମାନଙ୍କ ପାଖକୁ ପଠାଇଛନ୍ତି।

LEAVE A REPLY

Please enter your comment!
Please enter your name here