ସମ୍ବଲପୁରି ହାସ୍ୟକଳାକାର ଯୋଗେଶ ଯୋଜୋ ଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି
ପାଣିନୀ ପ୍ରଜ୍ଞା I ଅଭିଯୋଗ ଅନୁଯାଇ ପାଣିନୀ ପ୍ରଜ୍ଞା ଙ୍କ ପ୍ରଡକ୍ସନ ରେ 10ବର୍ଷ ପାଇଁ କାମ କରିବାକୁ ଯୋଗେଶ ଙ୍କ ସହିତ ଚୁକ୍ତି ହେଇଥିଲା I ଇତିମଧ୍ୟରେ ଯୋଗେଶ ବହୁ ଲୋକପ୍ରିୟ ହେଇସାରିଲେଣି ଏବଂ ତାଙ୍କର ନିଜସ୍ୱ ଏକ ପରିଚୟ ସୃଷ୍ଟି ହେଇସାରିଲାଣି I କିନ୍ତୁ ପାଣିନୀ କହିଛନ୍ତି ଯେ ଯୋଗେଶ ଚୁକ୍ତି ଖିଲାପ କରି ତାଙ୍କ ପ୍ରଡକ୍ସନ ରେ ଯୋଗ ଦେଉନାହାନ୍ତି ଯେଉଁଥିପାଇଁ ତାଙ୍କର ଅନେକ କ୍ଷତି ହେଇଛି I ଅନେକ ଗୁଡ଼ାଏ ପ୍ରୋଜେକ୍ଟ ଅଧାରେ ପଡି ରହିଛି

I ଏପରିକି ପାଣିନୀ କହିଛନ୍ତି ଯେ ଯୋଗେଶ ଯୋଜୋ ଙ୍କୁ ସେ ହାସ୍ୟକଳାକାର ଭାବରେ ତିଆରି କରିଥିଲେ ,କିନ୍ତୁ ଗୁରୁ ଶିଷ୍ୟର ସମ୍ପର୍କ ଯୋଜୋ ଭାଙ୍ଗି ଦେଇଛନ୍ତି I ଏନେଇ ପାଣିନୀ ଲିଖିତ ଅଭିଯୋଗ କରିବା ପରେ ସମ୍ବଲପୁର ସିଭିଲ କୋର୍ଟ ରୁ ଯୋଜୋ ଙ୍କୁ ସମନ ଆସିଛି ,ତେବେ ଏନେଇ ଯୋଜୋ କୌଣସି ପ୍ରତିକ୍ରିୟା ରଖିନାହାନ୍ତି I

LEAVE A REPLY

Please enter your comment!
Please enter your name here