ନୂଆ ମୋଟର ଜାନ ନିୟମ ଲାଗୁ ହେବାପରେ ଗାଡି ଚାଳକ ମାନଙ୍କ ଭିତରେ ଛନକା ପଶିଥିବା ବେଳେ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ସମସ୍ତେ ଏବେ ଆରଟିଓ ଅଫିସ ରେ ଭିଡ ଲଗାଇଛନ୍ତି I ଆବେଦନକାରୀ ମାନଙ୍କୁ କିଭଳି ଜଲ୍ଦି ଲାଇସେନ୍ସ ଦିଆଯାଇପାରିବ ସେନେଇ ଆର୍‌ଟିଓ ଅଧିକାରୀ ମାନେ କହିଛନ୍ତି କି ଏଣିକି ସନ୍ଧ୍ୟା ସମୟରେ ମଧ୍ୟ ଗାଡି ଚଳାଇବାକୁ ପରୀକ୍ଷା ନିଆଯିବ I ପୂର୍ବରୁ କେବଳ ସକାଳ ସମୟରେ ଏହି ପରୀକ୍ଷା ନିଆଯାଉଥିଲା ତେବେ ବହୁ ସଂଖ୍ୟକ ନୂଆ ଗାଡି ଚାଳକ ଲାଇସେନ୍ସ ପାଇଁ ଆବେଦନ କରିଥିବାରୁ ଯଥା ଶୀଘ୍ର ସମସ୍ତଙ୍କୁ ଲାଇସେନ୍ସ ଯୋଗାଇଦେବାକୁ ରାତି ୮ଟା ପର୍ଯ୍ୟନ୍ତ ଏହାକୁ ବୃଦ୍ଧି କରାଯାଇଛି । ସୂଚନା ଥାଉ କି ପୂର୍ବରୁ କେବଳ ଏହା ଦିନ ବେଳା ଅର୍ଥାତ ସକାଳ ୭ଟାରୁ ୧୦ ପର୍ଯ୍ୟନ୍ତ ଲାଇସେନ୍ସ ପାଇଁ ଆବେଦନ କରିଥିବା ପ୍ରାଥୀ ଙ୍କ ପରୀକ୍ଷା ହେଉଥିଲା ଏବେ ଏହା ଦୁଇଟି ପର୍ଯ୍ୟାୟ ଅର୍ଥାତ ସକାଳ ୭ଟାରୁ ୧୦ ସହିତ ଦିନ ୨ଟାରୁ ରାତି ୮ଟା ପର୍ଯ୍ୟନ୍ତ ପରୀକ୍ଷା କରାଯିବ I

LEAVE A REPLY

Please enter your comment!
Please enter your name here