ଏବେ ଚାଲୁଛି ସୋସିଆଲ ମିଡ଼ିଆର ଯୁଗ I ନିମିଷକ ମଧ୍ୟରେ କାହାକୁ ହିରୋ ତ ଆଉ କାହାକୁ ହିରୋ ରୁ ଭିଲିଆନ ସଜେଇ ଦେଉଛି ସୋସିଆଲ ମିଡ଼ିଆ I କୌଣସି ଏକ ଜିନିଷ ଭାଇରଲ ହେଇଗଲେ ରାତାରାତି ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହେଇଯାଏ I ଏହାର ଅନେକ ଉଦାହରଣ ଦେଖିବାକୁ ମିଳିଛି ,ନିକଟରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଙ୍କ ଘଟଣା ଏକ ଉଦାହରଣ I ସେହିପରି ଏବେ ସୋସିଆଲ ମିଡ଼ିଆ ପ୍ରଭାବ ଯୋଗୁଁ ଜଣେ ରାସ୍ତାକଡ଼ର ଗୀତ ଗାଉଥିବା ମହିଳା ଙ୍କ ଭାଗ୍ୟ ଖୋଲିଯାଇଛି I ରାତାରାତି ସେଲିବ୍ରିଟି ପାଲଟିଯାଇଛନ୍ତି I ସୂଚନା ଅନୁଯାଇ ଏମିତି ଏକ ଘଟଣା ସାମ୍ନା କୁ ଆସିଛି ପଶ୍ଚିମବଙ୍ଗରେ I

ଏଠିକାର ରାନା ଷ୍ଟେସନ ରେ ରାନୁ ନାମକ ଜଣେ ମହିଳା ଷ୍ଟେସନ ରେ ଗୀତ ଗାଇ ନିଜର ଜୀବିକା ନିର୍ବାହ କରୁଥିଲେ ସ୍ୱାମୀଙ୍କ ମୃତ୍ୟୁପରେ I ତେବେ ରାନୁ ଙ୍କ ସ୍ୱର ରେ ଲତାଙ୍କ ଏକ ଗୀତ ଗାଉଥିବା ବେଳେ କେହିଜଣେ ଏହାକୁ ରେକର୍ଡିଙ୍ଗ କରି ସୋସିଆଲ ମିଡିଆରେ ଛାଡିଦେଇଥିଲେ I ଗୀତଟି ପୁରା ସୋସିଆଲ ମିଡିଆରେ ଭାଇରଲ ହେଇଯାଇଥିଲା I ସମସ୍ତେ ରାନୁ ଙ୍କ ସ୍ଵରର ଦିୱାନା ପାଲଟିଯାଇଥିଲେ

I ତେବେ ସୋସିଆଲ ମିଡ଼ିଆ ଭାଇରଲ ଯୋଗୁଁ ୟା ମଧ୍ୟରେ ରାନୁ ଙ୍କ ଭାଗ୍ୟ ମଧ୍ୟ ବଦଳିଯାଇଛି I ଷ୍ଟେସନ ରୁ ସିଧା ବମ୍ବେ ଯାଇଛନ୍ତି ସେ I ଏକ ଶୋ ରେ ଖୁବ ଶୀଘ୍ର ନଜର ଆସିବେ I ଏହାବ୍ୟତୀତ ରାନୁଙ୍କୁ ବହୁତ ଶୋ ରେ ଗୀତ ଗାଇବାକୁ ଅଫର ଆସି ସାରିଲାଣି I

LEAVE A REPLY

Please enter your comment!
Please enter your name here