ଯଦି ଆପଣ ଶନିଦେବଙ୍କୁ ଖୁସି କରିବାକୁ ଚାହୁଁଛନ୍ତି ତାହେଲେ ଶନିବାର ଦିନ ହେଉଛି ଉପଯୁକ୍ତ ସମୟ I ଶନିବାର ଦିନ ଶନିମନ୍ଦିରରେ ଆପଣ ଲମ୍ବା ଲାଇନ ଦେଖିବାକୁ ପାଇବେ ,ଲୋକ ଶନିଙ୍କ ପ୍ରଭାବରୁ ବଂଚିବା ପାଇଁ ଓ ତାଙ୍କର ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ଶନିଦେବଙ୍କ ପୂଜା କରିଥାନ୍ତି I କିଛି ଲୋକ ଶନିଦେବଙ୍କ ନାଁରେ ଦାନ ନିଅନ୍ତି ,ଅଧିକାଂଶ ଦାନରେ ସୋରିଷ ତେଲ ଓ ପଇସା ନିଅନ୍ତି Iକେବଳ ଗୋଟେ ଜିନିଷ ରଖି ଆପଣ ଶନିଦେବଙ୍କୁ ଖୁସିକରିପାରିବେ କିଛି ଲୋକ ଚାହିଁକି ମଧ୍ୟ ଶନିମନ୍ଦିର ଯାଇପାରନ୍ତି ନାହିଁ ,କିନ୍ତୁ ତାଙ୍କୁ ଶନିଦେବଙ୍କୁ ଖୁସିକରିବାକୁ ପଡିବ I ଏଥିପାଇଁ ଆପଣ ଚିନ୍ତା କରନ୍ତୁ ନାହିଁ ଆପଣ କେବଳ ଏହି ଜିନିଷକୁ ପାଖରେ ରଖି ଶନିଦେବଙ୍କୁ ଖୁସି କରିପାରିବେ I ଶନିଦେବଙ୍କୁ ନୀଳରଙ୍ଗର ଫୁଲ ବହୁତ ପସନ୍ଦ ହୋଇଥାଏ ,ଏଥିପାଇଁ ଭକ୍ତମାନେ ତାଙ୍କୁ ନୀଳରଙ୍ଗର ଫୁଲ ଚଢ଼ାଇଥାନ୍ତି

I ଯଦି ଆପଣ କୌଣସି କାରଣରୁ ନୀଳଫୁଲ ଚଢ଼ାଇପାରିଲେ ନାହିଁ ଏହାକୁ ପକଟରେ ଥିବା ପର୍ସରେ ରଖନ୍ତୁ ସନ୍ଧ୍ୟା ଭିତରେ ତାର ଫାଇଦା ଦେଖିବାକୁ ନିଶ୍ଚୟ ମିଳିବ I ବିଗିଡିଯାଇଥିବା କାମ ସନ୍ଧ୍ୟା ଭିତରେ ହେଇଯିବ Iଯଦି ଆପଣ ଶନିବାର ଦିନ କଳା ରଙ୍ଗର ଦାନା ଦାନ କରନ୍ତି ଏହା ଆପଣଙ୍କ ଜୀବନରେ ଖୁସି ଆଣିଥାଏ ଓ ଶନିଦେବ ଏଥିରେ ବହୁତ ପ୍ରସନ୍ନ ହୋଇଥାନ୍ତି I କୌଣସି କାରଣରୁ ଆପଣ ଦାନ କରିପାରିଲେ ନାହିଁ ତାହେଲେ ଆପଣ ଏହାକୁ ଆପଣଙ୍କ ପର୍ସରେ ରଖନ୍ତୁ ଏହାର ଫାଇଦା ସନ୍ଧ୍ୟା ଭିତରେ ମିଳିବ I ଶାସ୍ତ୍ରରେ ଶନିଦେବଙ୍କୁ ଖୁସି କରିବା ବିଷୟରେ କୁହାଯାଇଛି କି କଳାରଙ୍ଗର ଦାନ କରନ୍ତୁ ନହେଲେ କଳାରଙ୍ଗ ବସ୍ତ୍ର ଧାରଣ କରନ୍ତୁ I ଯଦି ଦାନ କରିବା ସମ୍ଭବ ନୁହେ ତାହାଲେ କଳାରଙ୍ଗର କପଡା ପିନ୍ଧନ୍ତୁ ,ଯଦି କୌଣସି କାରଣରୁ ତା ହେଲା ନାହିଁ ତାହେଲେ କଳାରଙ୍ଗର ରୁମାଲ ପର୍ସରେ ରଖନ୍ତୁ ସନ୍ଧ୍ୟା ଭିତରେ ତାର ଫାଇଦା ମିଳିବ ଯଦି ଶନିବାର ଦିନ ଆପଣ କଜଳ ଦାନ କରୁଛନ୍ତି ତଅହୀଲା ତାହେଲେ ଆପଣଙ୍କ ଆଖିର ଆଲୋକ ବଢ଼ିଯିବ ଓ ଆଖି ସମ୍ବନ୍ଧିତ ରୋଗ ଦୂର ହେଇଥାଏ I ନିଜେ ମଧ୍ୟ ଶନିବାର ଦିନ ଆଖିରେ କଜଳ ଲଗାନ୍ତୁ ,ଲଗେଇବାକୁ ଚାହୁଁନଥିଲେ ଏହାକୁ ଆପଣଙ୍କ ପାଖରେ ରଖନ୍ତୁ I ଶନିବାର ଦିନ ଆପଣ ଲୁହା ବା କାଚବି ଆପଣଙ୍କ ପାଖରେ ରଖିପାରିବେ , ଏମିତି କଲେ ଶନି ଓ ରାହୁ ଦୁଇଜଣଙ୍କର ଅଶୁଭ ପ୍ରଭାବ ଦୂର ହୋଇଥାଏ I

LEAVE A REPLY

Please enter your comment!
Please enter your name here