କାଶ୍ମୀର ରୁ ଧାରା ୩୭୦ ଉଛେଦ ପରେ ଏହାକୁ ନେଇ ଏବେ ସବୁଆଡେ ଖୁସିର ମାହୋଲ ଦେଖିବାକୁ ମିଳିଛି I ତେବେ କାଶ୍ମୀର ରୁ ଧାରା ୩୭୦ ଉଛେଦ ହେବାପରେ ଲଦାଖ କୁ କେନ୍ଦ୍ର ଶାସିତ ଅଞ୍ଚଳ କରାଯାଇଥିଲା I ଏହାକୁ ସମର୍ଥନ କରି ଲଦାଖର ଯୁବ ଏମ୍‌ପି ଜାମ୍‌ୟାଙ୍ଗ ସେରିଙ୍ଗ ନମ୍ବୟାଲ୍‌ ଲୋକସଭାରେ ଏକ ଅଭିଭାଷଣ ରଖିଥିଲେ ଏହାକୁ ଅମିତ ଶାହା ଟ୍ୱିଟର ରେ ଶେୟାର କରିବା ପରେ ଏହି ଯୁବ ସାଂସଦ ଙ୍କ ପ୍ରତି ପ୍ରବଳ ଜନସମର୍ଥନ ବଢ଼ିବାରେ ଲାଗିଛି I ଟ୍ୱିଟର ଏବଂ ଫେସବୁକ ରେ ତାଙ୍କ ଫଲୋୟର୍ସ ଙ୍କ ସଂଖ୍ୟା ଦ୍ରୁତଗତି ରେ ବଢୁଛି

I ରାତାରାତି ସୋସିଆଲ ମିଡିଆରେ ଷ୍ଟାର ପାଲଟିଯାଇଛନ୍ତି ଏହି ଯୁବ ସାଂସଦ I ସୂଚନା ଥାଉ କି ଲୋକସଭାରେ ସବୁଠୁ ପଛ ସିଟ୍ ରେ ବସୁଥିଲେ ଏହି ଯୁବ ସାଂସଦ ,କିନ୍ତୁ ଲଦାଖ କୁ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରିବାକୁ ନିଜର ଓଜସ୍ବି ଭାଷଣ ଦ୍ୱାରା ସମସ୍ତ ହୃଦୟକୁ ଛୁଇଁ ଅତି ସହଜରେ ବାନ୍ଧି ପାରିଥିଲେ I

LEAVE A REPLY

Please enter your comment!
Please enter your name here