ଦୁତି ଚାନ୍ଦ ,ଓଡିଶା ପାଇଁ ଏକ ଗର୍ବର ନାମ I ଓଡିଶା ପାଇଁ ସୁନା ମେଡାଲ ଆଣିଥିବା ଏହି ସୁନା ଝିଅ ଏବେ ରାଜନୀତି ରେ ମିଶିବା ପାଇଁ ଇଛା କରିଛନ୍ତି I ଏନେଇ ନିଜେ ଟ୍ୱିଟ ଜରିଆରେ ଜଣାଇଛନ୍ତି I ପିଲାଦିନରୁ ତାଙ୍କର ରାଜନୀତି ପ୍ରତି ଇଛା ଥିବା ଲେଖିବା ସହିତ ତାଙ୍କ ମା ଜଣେ ସରପଞ୍ଚ ଥିଲେ ବୋଲି ଉଲ୍ଲେଖ କରିଛନ୍ତି I ଦୌଡରାଣୀ ଏବେ ରାଜନୀତି ପାଇଁ ଇଛୁକ ଥିବାବେଳେ କୋଉ ଦଳରେ ମିଶିବେ ସେ ନେଇ ଚର୍ଚା ଜୋର ଧରିଛି I

ତେବେ ପୂର୍ବାନୁମାନ କରାଯାଉଛି ଯେ ଦୁତି ବିଜେଡି ରେ ସାମିଲ ହେଇପାରନ୍ତି କାହିଁକିନା ଯଦି ପୂର୍ବ ରେକର୍ଡ ଦେଖାଯାଏ ଦୁତି ତାଙ୍କ ଆଦର୍ଶ ଅଚ୍ୟୁତ ସାମନ୍ତ ଙ୍କ ପାଇଁ ସୋସିଆଲ ମିଡିଆରେ ଭୋଟ ମାଗି ଚର୍ଚିତ ହେଇଥିଲେ I ଯାହାକୁ କି ସବୁ ମହଲରୁ ନିନ୍ଦା କରାଯାଇଥିଲା ଯେ ଯେହେତୁ ସେ ଜଣେ ଆମ୍ବାସଡର ତାଙ୍କ ପକ୍ଷରେ ଏମିତି ଖୁଲମ ଖୁଲା ପ୍ରଚାର ଶୋଭା ପାଉନାହିଁ I

ତେବେ ଦୁତି ଙ୍କ ଗୁରୁ ଅଚ୍ୟୁତ ବିଜେଡି ରେ ଥିବା ବେଳେ ଦୁତି ମଧ୍ୟ ଗୁରୁ ଙ୍କ ପଦାଙ୍କ ଅନୁକରଣ କରିପାରନ୍ତି ବୋଲି ଚର୍ଚା ହେଉଛି I ସୂଚନା ଥାଉ କି କିଛିଦିନ ତଳେ ନିଜର ବାନ୍ଧବୀଙ୍କୁ ବିବାହ କରିବା ଏବଂ ପପୁ ଙ୍କ ସହିତ ତୁ ତୁ ମେ ମେ ପାଇଁ ଚର୍ଚାରେ ଥିଲେ I

LEAVE A REPLY

Please enter your comment!
Please enter your name here