ଗତକାଲି ବିଳମ୍ବିତ ରାତ୍ରିରେ ଅଭିନେତା ବାବୁଶାନ ଏକ ସିନେମା ର ସୁଟିଂ ସାରି ଫେରୁଥିବା ସମୟରେ
ଭୁବନେଶ୍ୱର ସାଁପୁରଠାରେ ଡ୍ରାଇଭର ଗାଡିକୁ ପଛକୁ ବୁଲାଉଥିବା ସମୟରେ ଜଣେ ଯୁବକ ଙ୍କ ଉପରେ ଗାଡି ଚଢ଼ିଯାଇଥିଲା I ସଙ୍ଗେ ସଙ୍ଗେ ଉତ୍ୟକ୍ତ ଲୋକେ ସେଠାରେ ଭିଡ ଜମାଇଦେବାପରେ ଡ୍ରାଇଭର ଜଣଙ୍କ ତରବର ହେଇକି ଗାଡିକୁ ନେଇଯିବାକୁ ଚେଷ୍ଟା କରିଥିଲେ କିନ୍ତୁ ପୁଣିଥରେ ଯୁବକ ଜଣଙ୍କ ଗୋଡ଼ରେ ଗାଡି ର ଚକା ଚଢ଼ିଯାଇଥିଲା I ଲୋକଙ୍କ ଉତେଜନା ବଢ଼ିବାରେ ଲାଗିଥିବା ବେଳେ ବାବୁଶାନ ସେଠାରୁ ଅନ୍ୟ ଏକ ଗାଡି ଦ୍ୱାରା ପଳାଇଥିଲେ I

ଉତ୍ୟକ୍ତ ଲୋକମାନେ ଗାଡ଼ିଟିକୁ ଅଟକ ରଖିଛନ୍ତି ଏବଂ ଆହତ ଯୁବକ ଙ୍କୁ ଏକ ସରକାରୀ ହସ୍ପିଟାଲ ରେ ଭର୍ତି କରିଛନ୍ତି I ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗାଡି କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଲୋକମାନେ ଛାଡି ନାହାନ୍ତି ,କ୍ଷତିପୂରଣ ଦାବି କରିଛନ୍ତି I ଯୁବକ ଜଣଙ୍କ ସ୍ଥାନୀୟ ଅଞ୍ଚଳ ରେ ଏକ ହୋଟେଲ ରେ କାମ କରନ୍ତି I

LEAVE A REPLY

Please enter your comment!
Please enter your name here