ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ କ୍ଷମତା କୁ ଆସିବା ପରେ ସେ ଲୋକମାନଙ୍କ ପାଇଁ ଅନେକ ହିତକର ପଦକ୍ଷେପ ନେଇଛନ୍ତି। ସେ ଲୋକମାନଙ୍କର ସବୁ ସମସ୍ୟାର ସମାଧାନ କରିଛନ୍ତି ଓ ଜନମଙ୍ଗଳ ପାଇଁ ଅନେକ କାର୍ଯ୍ୟକ୍ରମ ମଧ୍ୟ କରିଛନ୍ତି। ଏହି କାରଣରୁ ଆମେରିକାରେ ଆୟୋଜିତ ହୋଇଥିବା ହାଓଡି ମୋଦି କାର୍ଯ୍ୟକ୍ରମ ପରେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ଫ୍ ଏକ ସାମ୍ବାଦିକ ସମ୍ମିଳନୀ ରେ ମୋଦି ଙ୍କୁ ଫାଦର୍ ଅଫ୍ ଇଣ୍ଡିଆ ବୋଲି ସମ୍ବୋଧିତ କରିଛନ୍ତି ଏବଂ ଆତଙ୍କବାଦୀ ଠାରୁ ଆରମ୍ଭ କରି କାଶ୍ମୀର ପର୍ଯ୍ୟନ୍ତ ସେ ନେଇଥିବା ସମସ୍ତ ନିଷ୍ପତ୍ତି କୁ ଟ୍ରମ୍ଫ ଅତ୍ୟନ୍ତ ପ୍ରଶଂସା କରିଛନ୍ତି।

କିନ୍ତୁ ଟ୍ରମ୍ଫ୍ ଙ୍କ ମୋଦି ଙ୍କୁ ଫାଦର ଅଫ୍ ଇଣ୍ଡିଆ ସମ୍ବୋଧନ କରିବାଟା ଅଲ୍ ଇଣ୍ଡିଆ ମଜଲିସ୍ – ଇ – ଇତ୍ତେହଦୁଲ୍ ମୁସଲିମିନ ର ମୁଖ୍ୟ ଆସାଉଦ୍ଦିନ ଓୟେସି ଙ୍କୁ ପସନ୍ଦ ଆସିନାହିଁ।

ତାଙ୍କ କହିବା ଅନୁସାରେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ସହ ମୋଦି ଙ୍କ କୌଣସି ତୁଳନା ନାହିଁ। ତେଣୁ ସେ କେବେ ବି ଜାତି ର ପିତା ହୋଇପାରିବେ ନାହିଁ। ଭାରତ ର ସ୍ଵାଧୀନତା ସଂଗ୍ରାମ ବିଷୟରେ ଟ୍ରମ୍ଫ୍ ଙ୍କୁ କିଛି ଜଣା ନାହିଁ ବୋଲି ସେ କହିଛନ୍ତି। ଏହା ସହ ଟ୍ରମ୍ଫ୍ ମୋଦି ଓ ଇମ୍ରାନ ଖାନ୍ ଉଭୟଙ୍କୁ ପ୍ରଶଂସା କରି ଦୁଇ ଦେଶ ସହ ଖେଳୁଛନ୍ତି ବୋଲି ଓୟେଶୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here