ପାଖେଇ ଆସୁଛି ରାଖୀ ପୂର୍ଣ୍ଣିମା I ଭାଇ ଭଉଣୀର ପବିତ୍ର ସମ୍ପର୍କ ର ପର୍ବ I ଭାଇ ର ଦୀର୍ଘାୟୁ ଏବଂ ଶୁଭ ମନାସି ହାତରେ ରାକ୍ଷୀ ବାନ୍ଧିଥାଏ ଭଉଣୀଟିଏ ,ଆଉ ଭାଇଟିଏ ମଧ୍ୟ ଶପଥ ନେଇଥାଏ ସବୁ ଝଡ଼ ଝଞ୍ଜା ରୁ
ଭଉଣୀ କୁ ରକ୍ଷା କରିବ I ଆସନ୍ତା ଅଗଷ୍ଟ ୧୫ ତାରିଖରେ ରାକ୍ଷୀ ପୂର୍ଣ୍ଣିମା ଥିବାବେଳେ ମୁସଲିମ ମହିଳାମାନେ ପାଳନ କରିବେ ଏହି ପର୍ବ ସେ ପୁଣି ଜଣେ ହିନ୍ଦୁ ଭାଇ ପାଇଁ I ସୂଚନା ଅନୁଯାଇ ଉତ୍ତର ପ୍ରଦେଶର ବାରଣାସୀର ମୁସଲିମ ମହିଳା ମାନେ ରାକ୍ଷୀ ତିଆରି କରି ମୋଦିଙ୍କ ପାଖକୁ ପଠାଇଛନ୍ତି I

ଏବଂ ମୋଦି ଙ୍କୁ ଭାଇ ବୋଲି ସମ୍ଭୋଧନ କରିଛନ୍ତି I କହିଛନ୍ତି କି ଯେଉଁଭଳି ଭାବରେ ମୋଦି ତିନି ତଲାକ ପାଇଁ ନୂଆ ନିୟମ ଆଣିଲେ ଏହା କେବଳ ଜଣେ ଭାଇ ହିଁ ତା ଭଉଣୀ ର ଦୁଃଖ ବୁଝି ସମାଧାନ କରିପାରିଛି I ;

LEAVE A REPLY

Please enter your comment!
Please enter your name here