ଆଜି ମେ ୧ ତାରିଖ, ଶ୍ରମିକ ଦିବସ |

ଆଜି ସାରା ଦୁନିଆରେ ଶ୍ରମିକ ଦିବସ ପାଳନ କରାଯାଉଛି | ଆଜିର ଦିନରେ ଶ୍ରମିକଙ୍କ ଅନିଶ୍ଚିତ କାମ କରିବା ସମୟକୁ ୮ ଘଣ୍ଟା କୁ ସୀମିତ କରାଯାଇଥିଲା | ସେଥିପାଇଁ ଆଜି ଦିନକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଇଥାଏ |

ଶହ ସହ ବର୍ଷ ପୂର୍ବରୁ ଶ୍ରମିକମାନଙ୍କ କାମ କରିବାର କିଛି ସଠିକ ସମୟସୀମା ନଥିଲା | ଶ୍ରମିକମାନେ ଅଧିକ ସମୟ କାମ କରୁଥିଲେ |

୧୮୭୭ ମସିହାରେ ଶ୍ରମିକମାନେ ନିଜ କାମ କରିବାର ସମୟସୀମା ନିର୍ଧାରଣ କରିବା ପାଇଁ ଏକ ଆନ୍ଦୋଳନ କରିଥିଲେ | ୧୮୮୬ ମସିହା ମେ ୧ ତାରିଖରେ ଆମେରିକାର ଲକ୍ଷ ଲକ୍ଷ ଶ୍ରମିକ ଏକଜୁଟ ହୋଇ ଆନ୍ଦୋଳନ କରିଥିଲେ | ପାଖାପାଖି ୧୧ ହଜାର କାରଖାନାର ୩ ଲକ୍ଷ ୮୦ ହଜାର ଶ୍ରମିକ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ |

LEAVE A REPLY

Please enter your comment!
Please enter your name here