ବିଭିନ ସମୟରେ ଓଡିଶାକୁ ରକ୍ଷା କରିଥିବା ମହାପ୍ରଭୁ ଜଗନ୍ନାଥ ଏଥର କଣ ରକ୍ଷା କରିପାରିବେ ଓଡିଶାକୁ I ଖାସ କରି ପୁରୀ ଜିଲାରେ ମାଡ଼ ହେବାକୁ ଥିବା ବାତ୍ୟା ଫୋନିରେ ଜଗନ୍ନାଥଙ୍କ ମନ୍ଦିର କ୍ଷତି ହେବାର ଆଶଙ୍କା ରହିଛି I ସେଥିପାଇଁ ସମସ୍ତ ଭକ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଏଥର କଣ ପ୍ରଭୁ ଓଡିଶାବାସୀଙ୍କୁ ରକ୍ଷା କରିପାରିବେ I ଏମିତିରେ ଆଜି ପତିତପାବନ ବାନା ଉଡିଯାଇଛି I

ପାଣିପାଗ ବିଭାଗର ପୂର୍ବାନୁମାନ ସତ ହେଉଛି ନା ଭକ୍ତଙ୍କର ଭଗବାନଙ୍କ ପ୍ରତି ଥିବା ବିଶ୍ୱାସ ଅଖୀର୍ଣ୍ଣ ରହୁଛି ତାହା ସମୟ କହିବ ଓଡିଶାକୁ ଆସୁଛି ମହାବାତ୍ୟା ଫୋନି ସମୁଦ୍ର ଭିତରେ ବଳ ଜୋଟେଇ ସାରିବା ପରେ ଏବେ ପୁରୀ ଚନ୍ଦ୍ରଭାଗା ଆଡକୁ ମୁଁହାଇଛି I କୁହାଯାଏ 1999 ମସିହାର ବାତ୍ୟା ଠାରୁ ଭୟଙ୍କର ହୋଇପାରେ ଏହି ବାତ୍ୟା I

ଏପଟେ ଅଦିନରେ ମାଡିଆସୁଥିବା ଝଡ଼କୁ ନେଇ ଆଶା ଆଶଙ୍କାରେ ଓଡ଼ିଶାବାସୀ କହୁଛନ୍ତି ପ୍ରଭୁ ଜଗନ୍ନାଥ ଓଡ଼ିଶାରେ କିଛି କ୍ଷତି ହେବାକୁ ଦେବେନି ଆଉ କିଏ କହୁଛନ୍ତି ପାପର ଭାର ବଢିଗଲେ ଠିକ ଏହିଭଳି ଅବସ୍ଥା ହେବ I ଯଦି ପାଣିପାଗ ବିଭାଗର ପୂର୍ବାନୁମାନ ସତ ହେବ ପୁରୀ ଚନ୍ଦ୍ରଭାଗା କୂଳରେ ମହାବାତ୍ୟା ଛୁଇଁବ ତାହେଲେ ସବୁଠାରୁ ବେଶୀ କ୍ଷତି ହେବ ଜଗନ୍ନାଥ ଧାମ ପୁରୀ I ତେବେ ଭକ୍ତମାନଙ୍କର ବିଶ୍ୱାସ ଅଛିଯେ ଭଗବାନ ପୁରୀବାସୀଙ୍କର କିଛି ଅମଙ୍ଗଳ ହେବାକୁ ଦେବେନି I ପାଣିପାଗ ବିଭାଗ କହୁଛି ସବୁଠାରୁ ଅଧିକ କ୍ଷତି ହେବ ପୁରୀ ଜିଲ୍ଲାର I ସବୁଠୁ ବଡ କଥା ହେଉଛି 130ବର୍ଷ ମଧ୍ୟରେ ପ୍ରାୟ ପାଂଚ ଥର ଓଡିଶାକୁ ମେ ମାସରେ ବାତ୍ୟା ଡ଼ରାଇଛି ତା ସହ ଅତି ଭୟଙ୍କର ରୂପ ନେଇ ଓଡ଼ିଶାର ବହୁତ କ୍ଷତି ମଧ୍ୟ କରିଛି I ଅତ୍ୟାଧିକ ପବନ ସହ
ବର୍ଷା ଯୋଗୁ ଅନେକ ଧନ ଜୀବନ ମଧ୍ୟ ନଷ୍ଟ କରିଛି I

ଅକ୍ଟୋବର ମାସ ଓଡିଶା ପ୍ରତି ସବୁବେଳେ ବିପଦ ସୃଷ୍ଟି କରିଛି କାରଣ 1999 ମସିହା ମହାବାତ୍ୟା ହେଉ ଅଥବା 2013ର ଫାଇଲିନ ,2014ର ହୁଡୁହୁଡୁ ହେଉ କିମ୍ବା 2018ର ତିତିଲି ଏହି ସବୁ ବାତ୍ୟା କେବଳ ଅକ୍ଟୋବର ମାସରେହିଁ ଓଡିଶା ଉପକୂଳକୁ ସ୍ପର୍ଶ କରିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇଛି I ତଥ୍ୟ ଅନୁଯାଇ 1893ରୁ ବର୍ତମାନ ସୁଧା ମେ ମାସରେ ପାଂଚ ଥର ବାତ୍ୟା ହେଇଛି I 1893 ମସିହାର ମେ ମାସରେ ପ୍ରଥମ ଥର ଲାଗି ଓଡିଶାକୁ ବାତ୍ୟା ଆସିଥିଲା ଓ ଏହାର 21 ବର୍ଷ ପରେ ଅର୍ଥାତ 1914ଓ 1917 ମେ ମାସରେ ଏହି ବାତ୍ୟା ଆସିଥିଲା

I ଦୀର୍ଘବର୍ଷ ବ୍ୟବଧାନ ପରେ 1981ଓ 1989 ମେ ମାସରେ ବାତ୍ୟା ଓଡିଶାକୁ ମାଡ କରିବା ସୂଚନା ମିଳିଛି କିନ୍ତୁ ଅକ୍ଟୋବାର ମାସରେ ଆସିଥିବା ବାତ୍ୟା ବେଶୀ କ୍ଷତି କରିଛି ଓଡ଼ିଶାର I ସବୁପରେ ବୀ ଓଡ଼ିଶାବାସୀ ଭରସା ରଖିଛନ୍ତି ପ୍ରଭୁ ଜଗନ୍ନାଥଙ୍କ ଉପରେ ଓ ଆସୁଥିବା ଝଡ଼ରୁ ମଧ୍ୟ ରକ୍ଷା କରିବେ I

LEAVE A REPLY

Please enter your comment!
Please enter your name here