ଦଶମ ଅଧ୍ୟାୟରେ ଚାଣକ୍ୟ କହିଛନ୍ତି ଆଖିରେ ଦେଖିକରି ପାଦ ରଖିବା ଦରକାର ,କପଡ଼ାରେ ଛାଣି ପାଣି ପିଇବା ଦରକାର ,ଶାସ୍ତ୍ର ଅନୁସାରେ ଶୁଦ୍ଧ ବଚନ କହିବା ଦରକାର ଏବଂ ମନରେ ବିଚାର କରି କାର୍ଯ୍ୟ କରିବା ଦରକାର I ଧନରେ ହୀନ ବ୍ୟକ୍ତିଙ୍କୁ ହୀନରେ ଗଣାଯାଏ ନାହିଁ ,ନିଶ୍ଚିତ ଅଟେକି ସେ ଧନୀ ଅଟେ I ବିଦ୍ୟାହୀନ ବ୍ୟକ୍ତିହୀ ସବୁଠାରୁ ହୀନ ଅଟେ I ଯଦି ସୁଖ ଦରକାର ବିଦ୍ୟାକୁ ଛାଡିଦିଅ I

ଯଦି ବିଦ୍ୟା ଦରକାର ତାହେଲେ ସୁଖକୁ ତ୍ୟାଗ କର I ସୁଖ ଇଛା କରୁଥିବା ବ୍ୟକ୍ତିକୁ ବିଦ୍ୟା କିପରି ମିଳିବ I ବିଦ୍ୟାର୍ଥୀକୁ ସୁଖ କିପରି ହୋଇପାରିବ I ଭାଗ୍ୟ ଭିକାରିକୁ ରାଜା ଓ ରାଜାକୁ ଭିକାରି କରିଦେଇଥାଏ I ଧନୀକୁ ନିର୍ଦ୍ଧନ ଓ ନିର୍ଦ୍ଧନୀକୁ ଧନୀ କରିଦେଇଥାଏ I ଲୋଭି ବ୍ୟକ୍ତି ପାଇଁ ଭିକ ବା ଦାନ ମାଗିବା ବ୍ୟକ୍ତି ଶତ୍ରୁ ଅଟେ I ମୂର୍ଖଙ୍କର ଶତ୍ରୁ ଜ୍ଞାନୀ ଅଟେ I ବ୍ୟଭିଚାରଣ ସ୍ତ୍ରୀର ଶତ୍ରୁ ପତି ଅଟେ ଓ ଚୋରର ଶତ୍ରୁ ଚନ୍ଦ୍ରମା ଅଟେ I ଯାହାଙ୍କଠାରେ ବିଦ୍ୟା ,ତପସ୍ୟା ,ଦାନଦେବା ,ଶୀଳଗୁଣ ତଥା ଧର୍ମ ଇତ୍ୟାଦି ମଧ୍ୟରୁ କିଛି ନାହିଁ ସେଭଳି ମଣିଷ ଏହି ପୃଥିବୀରେ ଭାର ସଦୃଶ୍ୟ ମନୁଷ୍ୟ ରୁପି ପଶୁପରି ବିଚରଣ କରିଥାଏ I ଯେଉଁ ବ୍ୟକ୍ତି ଭିତରେ ଫମ୍ପା ଓ ବୁଝିବାର ଶକ୍ତି ଆଦୌ ନଥାଏ ,ତାଙ୍କୁ ଉପଦେଶ ଦେଲେ କିଛି ଲାଭ ନାହିଁ I ଯେପରି ମଲୟାଚଳ ସାଙ୍ଗରେ ବାଉଁଶ ଗଛ ଚନ୍ଦନ ହୋଇପାରିବ ନାହିଁ I ଯାହାର ଶାସ୍ତ୍ର ବୁଝିବାର ଶକ୍ତି ନଥାଏ ,ଶାସ୍ତ୍ର ତାର କେଉଁ କଲ୍ୟାଣ କରିପାରିବ I

ଯେପରି ଅନ୍ଧ ପାଇଁ ଦର୍ପଣ କଣ କରିପାରିବ I ଅର୍ଥାତ ,ଶାସ୍ତ୍ର ବୁଦ୍ଧିହୀନକୁ ବୁଦ୍ଧିଦେଇପାରେ ନାହିଁ ,ସେହିପରି ଅନ୍ଧକୁ ଦର୍ପଣ ଆଖି ଦେଇପାରିବ ନାହିଁ I ଦୁଃର୍ଜନକୁ ସଜ୍ଜନ କରିବାପାଇଁ କୌଣସି ଉପାୟ ନାହିଁ I ସାଧୁ ମହାତ୍ମାକୁ ଶତ୍ରୁତା କଲେ ଜୀବନର ନାଶ ହୁଏ I ଶତୃଙ୍କଠାରେ ଦ୍ୱଷ କଲେ ଧନ ନାଶ ହୁଏ I ରାଜାଙ୍କ ସହ ଦ୍ୱଷ କଲେ ସର୍ବନାଶ ଓ ବ୍ରIହ୍ମଣଙ୍କ ସହ ଦ୍ୱଷ କଲେ କୁଳନାଶ I ଯାହାର ମାତା ଲକ୍ଷ୍ମୀଙ୍କ ପରି ,ପିତା ବିଷ୍ଣୁଙ୍କ ପରି ଭାଇ ବନ୍ଧୁ ବିଷ୍ଣୁ ଭକ୍ତ ପରି ,ତାହାପାଇଁ ନିଜର ଘର ତିନିଲୋକ ପରି ହୋଇଥାଏ I

ଚାଣକ୍ୟ କୁହନ୍ତି ମୋର ଭାଷା ଜ୍ଞାନ ଥିଲେ ମଧ୍ୟ ମୁ ଅନ୍ୟ ଭାଷା ଶିଖିବାକୁ ଚାହେ I ସ୍ୱର୍ଗର ଦେବତାଙ୍କ ପାଖରେ ପିଇବା ପାଇଁ ଅମୃତ ଥିଲେ ମଧ୍ୟ ସେମାନେ ଅପ୍ସରାମାନଙ୍କ ଅଧରର ରସକୁ ପାନ କରିବାକୁ ଚାହୁଁଛନ୍ତି I ସାଧାରଣ ଭୋଜନରୁ ଅଟାରେ ଦଶଗୁଣ ଶକ୍ତି ଅଛି I ଅଟାଠାରୁ ଦଶଗୁଣ ଶକ୍ତି କ୍ଷୀର ରେ ଓ କ୍ଷୀର ଠାରୁ ଦଶଗୁଣ ଶକ୍ତି ମାଂସରେ ତଥା ମାଂସଠାରୁ ଦଶଗୁଣ ଶକ୍ତି ଘିଅରେ ରହିଛି I

LEAVE A REPLY

Please enter your comment!
Please enter your name here