ଷ୍ଟେସନ ରେ ବୁଲି ବୁଲି ଗୀତ ଗାଇ ଭିକ ମାଗି ଚଳୁଥିବା ରାନୁ ଅଚାନକ ସୋସିଆଲ ମିଡିଆରେ ସେଲିବ୍ରିଟି ପାଲଟିଯାଇଛନ୍ତି I ଷ୍ଟେସନ ରୁ ସିଧା ସଳଖ ବଲିୟୁଡ଼ କୁ ଏଣ୍ଟ୍ରି କରିଥିଲେ I ରାତାରାତି ସଫଳତା ମିଳିଥିଲା ,ତେବେ ସଫଳତା ପଛର ଅସଲ ନାୟକ ଥିଲେ ଯୁବ ଇଞ୍ଜିନୟର ଅତୀନ୍ଦ୍ର ଚକ୍ରବର୍ତୀ I ରାନୁ ଙ୍କ ଗୀତ ତାଙ୍କୁ ଭଲ ଲାଗିବାରୁ ଲତା ମଙ୍ଗେସକର ଙ୍କର ଏକ ପ୍ୟାର କା ନଗମା ଗୀତ ଗାଇବାକୁ କହିଥିଲେ ,ଏବଂ ରାନୁ ଙ୍କ ଦ୍ୱାରା ଗୀତ ଟି ବୋଲା ସରିବା ପରେ ଏହାକୁ ଅତୀନ୍ଦ୍ର ସୋସିଆଲ ମିଡିଆରେ ଛାଡି ଦେଇଥିଲେ ଏବଂ ଗୀତ ଟି ଭାଇରଲ ହେଇଥିଲା I

ଏହାପରେ ରାନୁଙ୍କ ଭାଗ୍ୟ ଖୋଲିଯାଇଥିଲା I ଏକ ଟିଭି ଶୋ ରେ ମଧ୍ୟ ରାନୁ କହିଛନ୍ତି ଯେ ତାଙ୍କ ପାଖରେ ରହିବାକୁ ଘର ନଥିଲା ସେଥିପାଇଁ ସେ ଷ୍ଟେସନ ରେ ଗୀତ ଗାଉଥିଲେ I ତେବେ ସଫଳତା ପରେ ରାନୁ ଅତୀନ୍ଦ୍ର ଙ୍କୁ ନୌକର କହିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I

ଏହାପରେ ରାନୁ ଙ୍କୁ ସବୁ ମହଲ ରୁ ତୀବ୍ର ନିନ୍ଦା କରାଯିବା ସହିତ ସମାଲୋଚନା କରାଯାଉଛି I

LEAVE A REPLY

Please enter your comment!
Please enter your name here