ପିଲାଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଖାଇବାରେ ମଲା ମୂଷା I ଆଉ ଏଇ ମଲା ମୂଷା ପଡିଥିବା ଖାଦ୍ୟକୁ ଖାଇ ୧୯ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହେଇପଡ଼ିଛନ୍ତି ,ଏମିତି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ୍ ରେ I ଏଠାରେ ଥିବା ୟୁଜିଏମଇ ସ୍କୁଲରେ ଏଭଳି ଘଟଣା ଏବେ ସାମ୍ନା କୁ ଆସିଛି I ସୂଚନା ଅନୁଯାଇ ଗତକାଲି ଏହି ସ୍କୁଲ ରେ ସବୁଦିନ ଭଳି ମଧ୍ୟାହ୍ନ ଭୋଜନ ଖାଇବା ଦିଆଯାଇଥିଲା I ଖାଇବା ପରେ କିଛି ପିଲା ଙ୍କର ପେଟ ରେ ଭୀଷଣ ଯନ୍ତ୍ରଣା ହେବା ସହିତ ବାନ୍ତି ହେଇଥିଲା I ଧୀରେ ଧୀରେ ଏହି ସଂଖ୍ୟା ବଢ଼ିବାରେ ଲାଗିଥିଲା I ପରେ ଜଣାପଡିଥିଲା କି ଭାତ ରେ ଏକ ମୂଷା ପଡିଯାଇଥିଲା ଏବଂ ଅଜାଣତରେ ସେହି ଭାତ କୁ କିଛି ପିଲାଙ୍କୁ ଖାଇବାକୁ ଦିଆଯାଇଥିଲା I ଭାତରେ ମୂଷା ପଡିବା ଜଣାପଡିବା ପରେ ବାକି ଖାଦ୍ୟ ସବୁ ଫୋପାଡ଼ି ଦିଆଯାଇଥିଲା I କିନ୍ତୁ ପିଲାମାନଙ୍କ ସ୍ୱାସ୍ଥ୍ୟ ଧୀରେ ଧୀରେ ଖରାପ ହେବାରୁ ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ଏବଂ ପାଖାପାଖି ୧୯ ଜଣ ପିଲା ଅସୁସ୍ଥ ଅଛନ୍ତି ଏବଂ ଉପଜିଲ୍ଲାପାଳ ହସ୍ପିଟାଲ ରେ ପହଂଚି ଘଟଣାର ଯାଞ୍ଚ କରୁଛନ୍ତି I

ଶିଶୁ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ପୂର୍ବାପେକ୍ଷା ସୁଧାର ଆସିଛି I

LEAVE A REPLY

Please enter your comment!
Please enter your name here