ବିଷ ପି ଦେଇ ଆତ୍ମହତ୍ୟା କରିଛନ୍ତି ହନୁମାନ ଏଭଳି ଖବର ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I ଖବର ଅନୁଯାଇ ବ୍ୟକ୍ତି ଜଣଙ୍କ ନିଭାସ ସରକାର I ସେ ବିଜେପି ର ଜଣେ ବହୁ ପୁରୁଣା କର୍ମୀ I 2019 ନିର୍ବାଚନ ରେ ନିଭାସ ପ୍ରଭୁ ହନୁମାନ ଙ୍କ ବେଶରେ ବିଜେପି ପାଇଁ ପଶ୍ଚିମବଙ୍ଗ ରେ ଜୋରଦାର ପ୍ରଚାର କରିଥିଲେ I ତେବେ ତାଙ୍କ ବେଶ ପୋଷାକ ଯଥା ହନୁମାନ ଙ୍କ ଭଳି ସଜେଇହେଇଥିବାରୁ ଅତି ସହଜରେ ଲୋକପ୍ରିୟତା ପାଇପାରିଥିଲେ I ଏପରିକି ସୋସିଆଲ ମିଡିଆରେ ମଧ୍ୟ ସେ ବହୁତ ଭାଇରଲ ହେଇଥିଲେ I ତେବେ ଗତ ଗୁରୁବାର ଦିନ ଏହି ଚର୍ଚିତ ଷ୍ଟାର ପ୍ରଚାରକ ଜଣଙ୍କ ବିଷ ପି ଆତ୍ମହତ୍ୟା କରିଦେଇଛନ୍ତି I

ତାଙ୍କ ମୃତ୍ୟୁ ର କାରଣ ଜଣାପଡ଼ିନଥିଲେ ମଧ୍ୟ ଘରୋଇ ସମସ୍ୟା ଯୋଗୁଁ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ,ତେବେ ମୃତ୍ୟୁପୂର୍ବରୁ ନିବାସ ଲେଖିଛନ୍ତି ଯେ ତାଙ୍କ ଜୀବନ କୁ ନେଇ ସେ ଖୁସି ନାହାନ୍ତି ତେଣୁ ଆତ୍ମହତ୍ୟା କରୁଛନ୍ତି I

LEAVE A REPLY

Please enter your comment!
Please enter your name here