ଗତକାଲି ନୀଳଗିରି ରେ ଲାଗିରହିଥିବା ହାଇ ଭୋଲ୍ଟେଜ ଡ୍ରାମା ରେ ବ୍ରେକ ଲାଗିଥିବା ବେଳେ ଘଟଣା ପୁରା ଓଡ଼ିଶାରେ ଚର୍ଚା ଧରିଥିଲା I ନୀଳଗିରିର ବିଧାୟକ ସୁକାନ୍ତ ନାୟକ ଏବଂ ତହସିଲଦାର ସୁଶ୍ରୀତା ଟୁଡୁ ଙ୍କ ତୁ ତୁ ମେ ମେ ଭିଡିଓ ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ଗଣମାଧ୍ୟମ ର ଶିରୋନାମା ପାଲଟିଥିଲା I ଏପରିକି ତହସିଲଦାର ଙ୍କୁ ଉତ୍ୟକ୍ତ ଲୋକେ ଚାବି ପକାଇଦେଇଥିବା ବେଳେ ବିଧାୟକ ଅଫିସ ସାମ୍ନା ରେ ଅନଶନ ରେ ବସିରହିଥିଲେ I ଏହାପରେ ଜିଲ୍ଲାପାଳ ନିଜେ ବିଧାୟକ ଙ୍କୁ ବୁଝାଇବା ସହିତ ପ୍ରତିଶୃତି ଦେବାରୁ ବିଧାୟକ ଅନଶନ ଭାଙ୍ଗିଥିଲେ I ଯେଉଁ ସବୁ ଚାଳିଆ ଭଙ୍ଗା ଯାଇଛି ସେସବୁ ମରାମତି କରାଯିବାକୁ ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ I ଏହାସହିତ ସେହି ଚାଳିଆ ସବୁ ଉଛେଦ ହେବ କି ନାହିଁ ଏନେଇ ବୈଠକ ବସାଯାଇ ନିଷ୍ପତି ନିଆଯିବ I ତେବେ ଜିଲ୍ଲାପାଳ ଙ୍କ ଏହି ପ୍ରତିଶୃତି ପରେ ବିଧାୟକ ମାନିଯାଇଥିଲେ କିନ୍ତୁ ତହସିଲଦାର ମହାଶୟା ଆସନ୍ତା ୧୬ ତାରିଖ ଯାଏଁ ଛୁଟି ନେଇଛନ୍ତି I

LEAVE A REPLY

Please enter your comment!
Please enter your name here