ଦୁଗ୍ଧ ଚାଷୀ ଙ୍କୁ ଉଚିତ ପାରିଶ୍ରମିକ ମିଳିପାରୁନଥିବା ବେଳେ ଅଧିକାଂଶ ସମୟରେ ଦେଖିବାକୁ ମିଳୁଛି କି କ୍ଷୀର ନଷ୍ଟ କରାଯାଉଛି ଅପରପକ୍ଷରେ ଛୋଟ ପିଲାମାନେ ପୃଷ୍ଟିସାର ଅଭାବ ଭୋଗୁଛନ୍ତି I ତେଣୁ ଏହାକୁ ବିଚାର କୁ ନିଆଯାଇ ଆଗାମୀ ଦିନରେ ବିଦ୍ୟାଳୟ ମାନଙ୍କରେ କ୍ଷୀର ରୁ ତିଆରି ଦ୍ରବ୍ୟ ପିଲାମାନଙ୍କୁ ଦିଆଯିବାକୁ ବିଚାର କରାଯାଉଛି I ଏନେଇ ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଜଣାଇଛନ୍ତି I ଏପରି ହେବା ଦ୍ୱାରା ଚାଷୀ ମାନେ ସେମାନଙ୍କର ମୂଲ୍ୟ ପାଇପାରିବେ ଏବଂ ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇଦିଆଯିବ I

LEAVE A REPLY

Please enter your comment!
Please enter your name here