ବିଜେଡି ର ପାୱାରଫୁଲ ନେତ୍ରୀ ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଭାଇ ଙ୍କୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ I ଗତକାଲି ପ୍ରମିଳା ଙ୍କ ଭାଇ କ୍ଷୀରୋଦ ମଲ୍ଲିକ ଏବଂ ତାଙ୍କ ପୁଅ ଦେବବ୍ରତ ମଲ୍ଲିକଙ୍କୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଛି I ପୂର୍ବରୁ ମଧ୍ୟ ପ୍ରମିଳା ଙ୍କ ଭାଇ ଗିରଫ ହେଇ ଜାମିନ ରେ ଆସିଥିଲେ I ତେବେ ଖବର ଅନୁଯାଇ ପ୍ରମିଳା ଙ୍କ ଭାଇ ଚିଟ ଫଣ୍ଡ ମାମଲାରେ ଲୋକଙ୍କୁ ଠକିଥିବା ଅଭିଯୋଗ ହେଇଥିଲା I ସୂଚନା ଥାଉ କି ପ୍ରମିଳା ମଲ୍ଲିକ ବିଜେଡି ର ମୁଖ୍ୟ ସଚେତକ ଅଛନ୍ତି I ପୂର୍ବରୁ ମନ୍ତ୍ରୀ ଥିଲେ ଏବଂ ତାଙ୍କ ବିରୋଧରେ ଡାଲି ଦୁର୍ନୀତି ଅଭିଯୋଗ ଆସିଥିଲା ଯେଉଁଥିପାଇଁ ତାଙ୍କ ମନ୍ତ୍ରୀପଦ ଚାଲିଯାଇଥିଲା I

LEAVE A REPLY

Please enter your comment!
Please enter your name here