କୁନା ତ୍ରିପାଠୀ ନିଜର ସ୍ୱତନ୍ତ୍ର ଉପସ୍ଥାପନା ପାଇଁ ଘରେ ଘରେ ପରିଚିତ ଏକ ଲୋକପ୍ରିୟ ଚେହେରା I ସିନେମା ରେ ଖଳନାୟକ ଭାବରେ ଯେତିକି ପ୍ରସଂଶା ସାଉଁଟିଥିଲେ ନ୍ୟୁଜ ଫ୍ୟୁଜ ଜରିଆରେ ଖୁବ ଶୀଘ୍ର ସମସ୍ତଙ୍କର ପ୍ରିୟ ହେଇପାରିଥିଲେ I ତେବେ ସମୟକ୍ରମେ ଓଟିଭି ମାଲିକ ବୈଜୟନ୍ତ ଏବଂ ବିଜେଡି ମଧ୍ୟରେ ମତାନ୍ତର ଯୋଗୁଁ ଓଟିଭି ର ଲୋକପ୍ରିୟ ଶୋ ନ୍ୟୁଜଫ୍ୟୁଜ କୁ କୁନାତ୍ରିପାଠୀ ଛାଡିଥିବା ଚର୍ଚ୍ଚା ହୁଏ ଯଦିଓ କୁନା ତ୍ରିପାଠୀ ସ୍ପଷ୍ଟୀକରଣ ଦେଇସାରିଛନ୍ତି ଯେ ସେ ଚଳଚିତ୍ର ନିଗମ ଅଧ୍ୟକ୍ଷ ହେବାପରେ ଓଡ଼ିଆ ସିନେ ଜଗତ ର ଉର୍ନ୍ନତି ପାଇଁ ତାଙ୍କର ସମୟ ଅଭାବ ଯୋଗୁଁ ସେ ଶୋ ଛାଡିଥିଲେ ,ତେବେ ପରେ ନ୍ୟୁଜ ୱାର୍ଲଡ ଓଡିଶା ର ଦିହକୁ ନେବେନି ଶୋ ରେ ନଜର ଆସିଥିଲେ କୁନା ତ୍ରିପାଠୀ I

ପ୍ରଥମରୁ ଏହି ଶୋ ଭଲ ରେକର୍ଡ କରିଥିଲା I ୟୁଟୁବ ଏବଂ ସୋସିଆଲ ମିଡିଆରେ ଏହାକୁ ଲକ୍ଷାଧିକ ଦର୍ଶକ ଦେଖିଥିଲେ I ତେବେ ଇତିମଧ୍ୟରେ ଗତକାଲି ଠାରୁ ନ୍ୟୁଜ ୱାର୍ଲଡ ଓଡିଶା ପ୍ରସାରଣ ବନ୍ଦ ରହିଛି ,ଏହା ଏକ ନୂଆ ରୂପରେ ଆସିବ ବୋଲି ଚର୍ଚ୍ଚା ହେଉଛି I ଯଦି ଏପରି ହୁଏ ତେବେ ଦିହକୁ ନେବେନି ଶୋ ପୁନର୍ବାର ଚାଲିବ ନା ବନ୍ଦ ହେଇଯିବ ?

ପୁଣି କୁନା ନଜର କୁ ଆସିବେ କି ନା ଏମିତି ପ୍ରଶ୍ନ ଏବେ ତାଙ୍କ ପ୍ରସଂଶକ ଙ୍କ ମନରେ ଉଙ୍କି ମାରୁଚି I କିଛି ଲୋକ କହୁଛନ୍ତି କୁଆଡେ କୁନା ତ୍ରିପାଠୀ ଙ୍କ ବେଳା ଭଲ ନାହିଁ ,ନ୍ୟୁଜ ଫ୍ୟୁଜ ଛାଡିଲେ ,ଚର୍ଚ୍ଚା ହେଉଥିଲା କଟକ ନିର୍ବାଚନ ମଣ୍ଡଳୀ ରୁ କୁନା ତ୍ରିପାଠୀ ବିଜେଡି ଟିକେଟ ରେ ନିର୍ବାଚନ ଲଢ଼ିବେ ,ଏନେଇ କୁନା ତ୍ରିପାଠୀ ମଧ୍ୟ ମିଡ଼ିଆ ଆଗରେ ମୁଁହ ଖୋଲି କହିଥିଲେ କି ସେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଅଛନ୍ତି ଏହା ପରେ ମଧ୍ୟ ତାଙ୍କୁ ଟିକେଟ ମିଳିନଥିଲା I ଏବେ ପୁଣି ଦିହକୁ ନେବେନି ଶୋ ଲୋକପ୍ରିୟ ହେବାକୁ ଯାଉଥିବା ବେଳେ ଚାନେଲ ର ପ୍ରସାରଣ ବନ୍ଦ ହେଲାଣି ,ଏସବୁ କୁ ମିଶାଇ ଲୋକେ ଏମିତି କହୁଛନ୍ତି ଆଜ୍ଞା ଦିହକୁ ନେବେନି I

LEAVE A REPLY

Please enter your comment!
Please enter your name here