ଆପଣ ମ୍ୟାଗନେଟିକ ହିଲି ର ନାମତ ଶୁଣିଥିବେ ଏହା ଲେହେଲତାରେ ଅଛି I ଏମିତି କୁହନ୍ତି ଏଠାରେ ଗୁରୁତ୍ବ କର୍ଷଣ ବଳ କାମ କରେନାହି I ଏଠାରେ ହାଲକାରୁ ଆରମ୍ଭ କରି ଓଜନିଆ ଗାଡି ପର୍ଯ୍ୟନ୍ତ ମନକୁ ମନ ବିନା ଇଂଜିନ ଷ୍ଟାଟରେ ଉପରକୁ ଚାଲିଯାଆନ୍ତି I ଏଠାକୁ ବୁଲିବାକୁ ଆସୁଥିବା ଯାତ୍ରୀମାନେ ଲେହେଲତାକୁ ନିଶ୍ଚୟ ଆସନ୍ତି ଏହି ଅଦ୍ଭୁତ ଘଟଣା ଦେଖିବା ପାଇଁ I ଭାରତରେ ଅନ୍ୟ ଜାଗାରେ ମଧ୍ୟ ଅଦ୍ଭୁତ ଘଟଣା ଘଟିଥାଏ I ପ୍ରକୃତିର ଏହା ଶୀର୍ଦ୍ଧIନ୍ତ ଅଛିକି ସବୁବେଳେ ପାଣି ଉପରୁ ତଳକୁ ବୋହିଥାଏ I ଏମିତି ଏକ ଜାଗା ଅଛି ଯେଉଁଠି ପାଣି ତଳୁ ଉପରକୁ ବୋହିଥାଏ I ଏଠାରେ ଗାଡି ବହୁତ ସହଜରେ ଉପରକୁ ଚଢ଼ିଯାଏ I ଏହାକୁ ଦେଖିବା ପାଇଁ ଆପଣଙ୍କୁ ଆସିବାକୁ ପଡିବ ଛତିଶଗଡ଼ I ଏହି ଜାଗା ଓଲଟା ପାଣି ନାମରେ ଜଣାଯାଏ I ଏହି ଜାଗା ଅମ୍ବିକା ଠାରୁ 56 କି.ମି.ଦୂରରେ ବିଷାରପାଣି ଗାଁରେ ଅବସ୍ତିତ I ଏଠାରେ ପାଣି ଛୋଟ ପଥର ତଳୁ ବାହାରି ପାହାଡ଼ ଆଡକୁ 2କି.ମି.ପର୍ଯ୍ୟନ୍ତ ଯାଇଛି I ଏଠାକୁ ଆସୁଥିବା ଯାତ୍ରୀମାନେ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି I ପ୍ରଥମେ ଯେଉଁମାନେ ଆସନ୍ତି ଏଠାକୁ ତାଙ୍କୁ ବିଶ୍ୱାସ ହୁଏନାହିଁ ଯେତେବେଳେ ସେମାନ କିଛି ପାଣିରେ ପକାନ୍ତି, ତାଙ୍କୁ ସେତେବେଳେ ଯାଇ ବିଶ୍ୱାସ ହୁଏକି ପାଣି ତଳୁ ଉପରକୁ ଉଠୁଛି I ଆଜିଠୁ ଚାରି ବର୍ଷ ପୂର୍ବରୁ ଜମିରୁ ବାହାରୁଥିବା ପାଣିକୁ ଉପରେ ଥିବା ଖେତ ପାଖକୁ ନେଇଯିବା ପାଇଁ ଏକ ମେଣ୍ଟ ତିଆରି କରାଗଲା ଓ ପାଣି ସେହି ମେଣ୍ଟରେ ତଳୁ ଉପରକୁ ଚାଲିବାକୁ ଲାଗିଲା ସେବେଠୁ ଏହି ଜାଗାକୁ ଉଲଟା ପାଣି ଜାଗା ନାମରେ ଜଣାଗଲା I

LEAVE A REPLY

Please enter your comment!
Please enter your name here