ସାଧାରଣତଃ କିଛି ପେସାକୁ ଆମେ ଜେଣ୍ଡର ସହିତ ଯୋଡ଼ିଦେଇଛନ୍ତି I ରିସେସ୍ପନିସ୍ଟି ଅଛିତ ଝିଅ ହେବ I ଟ୍ରକ ଡ୍ରାଇଭର ତ ପୁଅ ହେବ I କିନ୍ତୁ କିଛି ଉପବାଦ ଭି ଅଛି ଯିଏ ଏହି ପରମ୍ପରା କୁ ଭାଙ୍ଗିଥାଏ I ସେମିତି ଜଣେ ଝିଅ ଯୋଗିତା I ଯୋଗିତା ରଘୁବଣସି ଭୋପାଲରେ ରହୁଥିଲେ I ଇଏ ଦେଶର ପ୍ରଥମ ଡ୍ରାଇଭର ଥିଲେ I

ସିଏ 15 ବର୍ଷ ହେଲା ଗାଡି ଚଳାଉଥିଲେ ,ସେ ଟ୍ରକ ସାହାଯ୍ୟରେ ଦେଶର ସବୁ ଜାଗାରେ ପହଞ୍ଚିସାରିଥିଲେ I 49 ବର୍ଷର ଯୋଗିତା ଦୁଇ ଛୁଆର ମା ଏକା ସେ ତାଙ୍କର ଦେଖାଶୁଣା କରୁଛନ୍ତି I ସେ ପଢ଼ିଛନ୍ତି ମଧ୍ୟ ବି.କମ ଓ ଏଲ.ଏଲ.ବି.ଡିଗ୍ରୀ I ତା ଛଡା ତାଙ୍କୁ ହିନ୍ଦୀ ,ଇଂରାଜୀ ,ମରାଠୀ ,ତେଲୁଗୁ ,ଓ ଗୁଜୁରାଠି ଭାଷା ଆସେ I ଯାହା ତାଙ୍କୁ କାମ କରିବାରେ ସାହାଯ୍ୟ କରିଥାଏ I ସେ କୁହନ୍ତି ତାଙ୍କ ଜୀବନ ସବୁବେଳେ ଏମିତି ନଥିଲା I 2003ରେ ସଡକ ଦୁର୍ଘଟଣାରେ ତାଙ୍କ ପତିଙ୍କ ମୃତ୍ୟୁ ହୋଇଯାଇଥିଲା I ଅନ୍ତିମ ସତ୍କାରରେ ସାମିଲ ହେବାକୁ ଯାଉଥିବା ତାଙ୍କ ଭାଇବି ସଡକ ଦୁର୍ଘଟଣାରେ ମରିଗଲେ I ତାଙ୍କ ପତି ଓକିଲ ଥିଲେ ,ତାଙ୍କର ଟ୍ରାନ୍ସପୋର୍ଟ ବ୍ୟବସାୟ ଥିଲା I ତାଙ୍କ ପାଖରେ ତିନଟି ଟ୍ରକ ଥିଲା ବ୍ୟବସାୟ ସମ୍ଭାଳିବା ପାଇଁ ସେ ଯେଉଁ ଲୋକଙ୍କୁ ଡାକିଥିଲେ ସେମାନେ କିଛିଦିନପରେ ଚାକିରୀ ଛାଡି ଚାଲିଗଲେ I ସେ ସେତେବେଳେ ନିଜେ ଟ୍ରକ ଡ୍ରାଇଭର ଵନିବା ପାଇଁ ଫଇସଲା କଲେ I ଗାଡି ଶିଖିଲେ ଓ ଆରମ୍ଭରେ ସେ ଏକ ହେଲ୍ପର ରଖିଲେ I ପରେ ସେ ଏକା ଡ୍ରାଇଭିଙ୍ଗ ଆରମ୍ଭ କଲେ I

ଯୋଗିତା କୁହଂତିକି ତାଙ୍କୁ ଏହା ଲାଗିବାକୁ ଲାଗିଲା ଯେ ଲ ର ଡିଗ୍ରୀ ଓ ବି.କମର ସାର୍ଟିଫିକେଟ ନେଇକି ଛୁଆଙ୍କୁ ପାଳିବା ଯଥେଷ୍ଟ ନୁହେ I ତାଙ୍କ ପାଖରେ ଏକ ଲାଲରଙ୍ଗର ଟ୍ରକ ଥିଲା I ଯାହାକୁ ଏକ ବଡ ଟ୍ରକ କମ୍ପାନୀ ତାଙ୍କ ପାଇଁ କଷ୍ଟମାଇଜି କରିଥିଲା ଯାହା 45 କି.ମି ପ୍ରତି ଘଣ୍ଟା ବେଗରେ ଯାଉଥିଲା I ଦରକାର ପଡିଲେ ସେ ନିଜେ ଟ୍ରକ ମରାମତି କରିଦେଉଥିଲେ I ଯାତ୍ରା ସମୟରେ ରୁଟି ଖାଇବାକୁ ପସନ୍ଦ କରନ୍ତି ଓ ନିଦ ନଆସିବା ପାଇଁ ମୁହଁରେ ଏକ ଡାଳଚିନିର ଖଣ୍ଡ ରଖନ୍ତି I ତାଙ୍କର ରହିବା ,ଶୋଇବାର କୌଣସି ସମୟ ନଥାଏ I ମାସ ସାରା ବାହାରେ ରୁହନ୍ତି ବହୁ ସମୟ ଧରି ଗାଡି ଚଳାନ୍ତି I ଦ ହିନ୍ଦୁ ରିପୋର୍ଟ ଅନୁସାରେ ଯୋଗିତା କହନ୍ତିକି ତାଙ୍କୁ ପଇସା ଅଭାବର ଡର ଥିଲା I ବାକି ଡ୍ରାଇଭର ତାଙ୍କୁ ସାହସ ଦେଉଥିଲେ I

ଯେଉଁ ଢାବାରେ ସେ ରହୁଥିଲେ ତାଙ୍କୁ ସେଠି ସମ୍ମାନ ଦିଆଯାଉଥିଲା I ଖାଇବା ବନେଇବା ପାଇଁ ସେ ଥରେ ରାସ୍ତା ଉପରେ ରୋକିଥିଲେ ସେତେବେଳେ ତିନିଲୋକ ତାଙ୍କ ଉପରେ ହାମଲା କରିଥିଲେ I ସେ ସେଇ ହାମଲାରେ ଆଘାତ ପାଇଥିଲେ କିନ୍ତୁ ସାହାଯ୍ୟ ମିଳିବା ପର୍ଯ୍ୟନ୍ତ ତାଙ୍କ ସହ ମୁକାବିଲା କରିଥିଲେ I ସେ କୁହନ୍ତି ସେଇ ହାମଲା ତାଙ୍କୁ ମଜଭୁତ ବନେଇଦେଇଥିଲା I ସେବେଠାରୁ ସେ ଜୀବନ କୁ ବଂଚିବା ଶିଖି ଯାଇଛନ୍ତି I ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି I

LEAVE A REPLY

Please enter your comment!
Please enter your name here