ନୂଆ କରି ଝିଅଟେ ଶାଶୁ ଘରକୁ ଆସୁ ଆସୁ ସ୍ୱାମୀ ଚାଲିଗଲା ଆରପIରିକି I ସଧବା ରୁ ଝିଅଟି ବିଧବା ପାଲଟିଗଲା ମାତ୍ର କେଇଟା ଦିନରେ I ଆଜିକା ଦୁନିଆରେ ଶାଶୁଘରେ ବିଧବା ବୋହୂର କିଭଳି ମାନସିକ ସ୍ତିତି ଥିବ ତାହା ତ ସମସ୍ତଙ୍କୁ ଜଣା I ତେବେ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାରେ I ବିଧବା ବୋହୂକୁ ବିବାହ କରେଇଛନ୍ତି ଶାଶୁ I ମିଳିଥିବା ଖବର ଅନୁଯାଇ ଘଟଣାଟି ଅନୁଗୁଳ ଜିଲ୍ଲା ର ତାଳଚେର ଅନ୍ତର୍ଗତ ଗୋବରା ଗ୍ରାମ ର I ଏହି ଗ୍ରାମର ପୂର୍ବତନ ସରପଞ୍ଚ ପ୍ରତିମା ବେହେରାଙ୍କ ସାନ ପୁଅ ଙ୍କର ଗତ ଫେବୃଆରୀ ରେ ବୈଦିକ ମତେ ବିବାହ ହେଇଥିଲା I ହସଖୁସିରେ ସଂସାର ଚାଲିଥିଲା ତେବେ ଭରତପୁର କୋଇଲା ଖଣି ର ଭୟଙ୍କର ଦୁର୍ଘଟଣା ରେ ଆରପାରିକି ଚାଲିଯାଇଥିଲେ ନବ ବିବାହିତ ବର I ୟା ମଧ୍ୟରେ ଘଟଣା କୁ ଦୁଇ ମାସ ବିତିଗଲାଣି I ପୁଅ ତ ଗଲା ଆଉ ଫେରିବନି କିନ୍ତୁ ସାନ ବୋହୂର ବିଧବା ବେଶ ସାହିପାରିଲେନି ଶାଶୁ I

ପୂର୍ବରୁ ସେ ଜଣେ ସରପଞ୍ଚ ଥିଲେ ଲୋକଙ୍କ ମଙ୍ଗଳ ପାଇଁ କାମ କରୁଥିଲେ କିନ୍ତୁ ନିଜ ବୋହୂର ଦୁଃଖ ଦେଖି ସହି ନପାରି ତାକୁ ଆଉ ଥରେ ବିବାହ ଦେବାକୁ ମନସ୍ତ କରିଥିଲେ କିନ୍ତୁ ବୋହୁ ରାଜି ହେଇନଥିଲେ ପରେ ପରିବାର ର ସମସ୍ତ ଲୋକ ବୁଝାଇବା ପରେ ବୋହୁ ରାଜି ହେଇଥିଲା ଏବଂ ଶାଶୁ ନିଜ ଭାଇର ପୁଅ ଙ୍କ ସହିତ ବିବାହ ପ୍ରସ୍ତାବ ପକାଇଥିଲେ ଏବଂ ବୋହୁ କରି ମାମୁଁ ନିଜ ଭଣଜା ବୋହୁ କୁ ଘରକୁ ନେଇଥିଲେ I ଆଜିକା ଯୁଗରେ ଏମିତି ଏକ ଘଟଣା ସାରା ସହରରେ ଚର୍ଚା ର ବିଷୟ ପାଲଟିଥିବା ବେଳେ ଶାଶୁ ଙ୍କୁ ପ୍ରସଂଶା କରାଯାଉଛି I

LEAVE A REPLY

Please enter your comment!
Please enter your name here