ଶହ ଶହ ବର୍ଷ ଧରି ସମାଜ ବ୍ୟବସ୍ଥା କହି ଆସୁଥିଲା ପରକୀୟା ଅପରାଧ ଅଟେ ।କେଉଁ ରୋକି ହେଉଥିଲା ପରକୀୟା କୁ??କିଏ ଲୁଚେଇ କରୁଥିଲା ତ କିଏ ଦେଖେଇ କରୁଥିଲା ।ସାଧାରଣ ମଣିଷ ଠୁ ଆରମ୍ଭ କରି ସାଧୁ ସନ୍ୟାସୀ ଯାଏଁ ସମସ୍ତେ ଲିପ୍ତ ରହିଥିଲେ ।ଧରାପଡିଲେ ଗୋଗୋଛିଆ ମାଡ ଆଉ ଧରା ନ ପଡିଲେ ସ୍ୱୟଂ ରାମଚନ୍ଦ୍ର ।

ଏବେ ଆଇନ୍ କରିଦେଲା ..ପରକୀୟା ଅପରାଧ ନୁହେଁ ।ସେଥିଲାଗି ହଟଚମଟ ।ଘରେ ଘରେ ଆତଙ୍କ ।କଣ ସତରେ ଆମ ଘର ଗୁଡିକ ଉଜୁଡି ଯିବକି??ଅବଳା ମାନେ ପଘା ଛିଡା ହୋଇଯିବେ କି ??ପୁରୁଷ ମାନେ ପରନାରୀ ପ୍ରତି ଆସକ୍ତ ହେବେ କି ??ଅନେକ ସମ୍ଭାବନା ନେଇ ଏବେ ଦୁକୁଦୁକି ଥରୁଛି ।

ସତରେ କଣ ଆଇନ୍ ର ଏହି ନିର୍ଣ୍ଣୟରେ ଆମେ ଭୟଭୀତ??ଆଇନ୍ କୁ ଯଦି ଆମେ ଏତେ ଭୟ କରୁଥାଆନ୍ତୁ ତେବେ ଗୋଟିଏ ବି ବଳତ୍କାର ହୁଅନ୍ତାନି…ଅପରାଧ ହୁଅନ୍ତାନି ।ଆଇନ୍ କୁ ଭାଙ୍ଗିବା ଆମର ବେପାର ହୋଇଯାଇଛି ।ଆଇନ୍ କେତେ ଠିକ୍ କରିଛି ଭୂଲ୍ କରିଛି ସେ ବିଷୟରେ ମୁଁ କହୁନି ।ମୁଁ କହୁଛି ଯଦି ଆମ ଭିତରେ ଗୋଟିଏ ବିବେକ ବୋଧ ରହିଛି ତେବେ ଏତେ ଛାନିଆ କାହିଁକି ??ଆମେ ନିଜେ ନିଜର ନିୟନ୍ତ୍ରକ ।ପରକୀୟା ପ୍ରେମ କରିବା ଆଉ ନ କରିବା ନିଜ ଉପରେ ନିର୍ଭର କରେ ।ଆଇନ୍ ଯାହା କହୁଛି କହୁ ଆମ ଖୁଣ୍ଟ ଦୃଢ ରହିଲେ କଥା ସରିଲା ।

ପ୍ରତ୍ୟେକ ମଣିଷ ଭିତରେ ବି ଗୋଟିଏ ଆଇନ୍ ଥାଏ ।କିଛି କରିବା ପୂର୍ବରୁ ତାହା ସୂଚାଇଦିଏ କେତେ ଠିକ୍ କେତେ ଭୂଲ୍ ।ତଥାପି ଆମେ କରୁ ଯାହା ଆମକୁ ଭଲ ଲାଗେ ।ଆଜି ଯଦି ସରକାର ଏ ଆଇନ୍ କରିଦେବେ ଯେ ..ପ୍ରେମ ନିଷେଧ…ତେବେ ସମାଜରେ କଣ ପ୍ରେମ ବନ୍ଦ ହୋଇଯିବ ??ମଣିଷ ନିଜର ଇପ୍ସିତ କର୍ମଟିକୁ ଯେମିତି ହେଲେ ବି କରିବ ।
ଯଦି ଆଜି ମଣିଷ ଭାବିବ ପରକୀୟା ପ୍ରିତୀରେ ନିଜର କ୍ଷତି ହେବ ତେବେ ସେ ନିଜେ ହିଁ ସମ୍ଭାଳି ଯିବ ।ଏଥିଲାଗି ଏତେ ବ୍ୟସ୍ତ ହେବାର କିଛି କାରଣ ନାହିଁ ।ଆଜିର ମଣିଷ ଖୁବ୍ ଶିକ୍ଷିତ ।କୌଣସି ଆଇନ୍ ବିଷୟରେ ଅବଗତ ନ ହୋଇ ବି ଜଣେ ମଣିଷ ସୁଧାର ଜୀବନ ବିତେଇ ପାରିବ । କାରଣ ମଣିଷ ଭଲ ଭାବରେ ଜାଣେ ତା ପାଇଁ କେଉଁଟାଠିକ୍ ଆଉ କେଉଁଟା ଭୂଲ୍ ।ସେ ନିଜେ ଗୋଟିଏ ଆଇନ୍ ।

ସରକାରୀ ଆଇନ୍ ତା ବାଟରେ ଥାଉ ..ଆମେ ନିଜ ଲାଗି ନିଜେ ଗୋଟେ ସୁନ୍ଦର ବାଟ ଖୋଜିଲେ ଅସୁବିଧା କଣ ??

ଜୀବନଟା ଖୁବ୍ ସୁନ୍ଦର କେବଳ ଜିଇଁ ପାରିଲେ ହେଲା ….

LEAVE A REPLY

Please enter your comment!
Please enter your name here