ଗାଡି ଚାଳନା କୁ ନେଇକି ଲାଗୁ ହେଇଚି ନୂଆ ନିୟମ ,ପୂର୍ବରୁ ଥିବା ନିୟମ କୁ କଡ଼ା କଡ଼ି କରାଯାଇଛି I ଏନେଇ ଗତକାଲିଠାରୁ ସବୁଆଡେ ଚର୍ଚ୍ଚା ଲାଗି ରହିଥିବା ବେଳେ ରାଜଧାନୀ ସମେତ ମୁଖ୍ୟ ଟ୍ରାଫିକ ଛକ ଗୁଡିକରେ ନିୟମ ଭାଙ୍ଗିଥିବା ଗାଡ଼ି ଚାଳକ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରାଯାଇଛି I ତେବେ ଏଥିରୁ ବାଦ୍ ପଡି ନାହାନ୍ତି ପୋଲିସ ବାବୁ I ମିଳିଥିବା ଖବର ଅନୁଯାୟୀ ନିୟମ ନ ମାନି ଜୋରିମାନା ଦେଇଛନ୍ତି ପୋଲିସ ବାବୁ I

ପ୍ରାପ୍ତ ସୂଚନା ଅନୁଯାୟୀ ଗତକାଲି ବାଲିପାଟଣା ଥାନା ଆଇଆଇସି ରାଧାକାନ୍ତ ସାହୁ ସରକାରୀ ଗାଡି ରେ ଯାଉଥିବା ସମୟରେ ,ନିଜେ ଆଇଆଇସି କିମ୍ବା ତାଙ୍କ ଡ୍ରାଇଭର ସିଟ୍ ବେଲ୍ଟ ପିନ୍ଧି ନଥିଲେ Iନୁଆ ନିୟମ ଅନୁଯାୟୀ ଆଇଆଇସି ଙ୍କ ଡ୍ରାଇଭର ଠାରୁ ଜୋରିମାନା ବାବଦ ୧୦୦୦ ଟଙ୍କା ଆଦାୟ କରାଯାଇଛି I

LEAVE A REPLY

Please enter your comment!
Please enter your name here