ଜାମୁ କାଶ୍ମୀର ରେ ଧାରା 370 ଉଛେଦ ହେବାପରେ ଧୀରେ ଧୀରେ ପରିସ୍ଥିତି ସ୍ୱାଭାବିକ ହେବାକୁ ଲାଗିଛି I ତେବେ ପରିସ୍ଥିତି କୁ ସ୍ୱାଭାବିକ ଆଣିବା ବଦଳରେ କିଛି ଗଣମାଧ୍ୟମ କପଳକଳ୍ପିତ ମିଥ୍ୟା ଖବର ପ୍ରସାରଣ କରି ଅଧିକ ବିଭ୍ରାନ୍ତ କରୁଥିବାର ଖବର ସାମ୍ନାକୁ ଆସିଛି I କିଛିଦିନ ତଳେ କୁହାଯାଇଥିଲା କି କାଶ୍ମୀର ଘାଟିରେ ପ୍ରାୟ 10ହଜାର ଲୋକ ଏକାଠି ହେଇ ତୀବ୍ର ବିରୋଧ କରିଛନ୍ତି କିନ୍ତୁ ବାସ୍ତବ ଚିତ୍ର କିଛି ଅଲଗା ଥିଲା 20/30ଜଣ ଏକାଠି ହେଇ ହୋ ହାଲ୍ଲା କରିଥିଲେ I ତେବେ ଗଣମାଧ୍ୟମ ଖବର ର ସତ୍ୟାସତ୍ୟ ନଜାଣି ମନଇଛା ଖବର ପ୍ରସାରଣ କରୁଥିବାରୁ ଏହା କାଶ୍ମୀର ଶାନ୍ତି ଉପରେ ପ୍ରଭାବ ପଡୁଛି ,ସେଥିପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି କି କୌଣସି ତଥ୍ୟ ପ୍ରମାଣ ନଥାଇ କାଶ୍ମୀର ବିଷୟରେ ମିଥ୍ୟା ଖବର ପ୍ରସାରଣ କଲେ ଗଣମାଧ୍ୟମ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ I

LEAVE A REPLY

Please enter your comment!
Please enter your name here