ବିଧାୟକ ଙ୍କୁ ତାଲା ପକାଇଦେଲେ କଲେଜ ଛାତ୍ର ଛାତ୍ରୀ ସେ ପୁଣି ସାଶକ ଦଳର ବିଧାୟକ ଙ୍କୁ I ସୂଚନା ଅନୁଯାଇ ଘଟଣାଟି ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଅଞ୍ଚଳ ର I ଆଜି ଦିନକୃଷ୍ଣ ମହାବିଦ୍ୟାଳୟ କଲେଜ ରେ ପରିଚାଳନା କମିଟି ଦ୍ୱାରା ଗଭର୍ଣ୍ଣି ବଡ଼ି ବୈଠକ ଡକାଯାଇଥିଲା ,ଯେଉଁଥିରେ କି ସ୍ଥାନୀୟ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର ଯୋଗ ଦେଇଥିଲେ I

ତେବେ ଏହି ଘଟଣା କୁ ଛାତ୍ର ଛାତ୍ରୀ ଜାଣିବା ପରେ ଉତ୍ୟକ୍ତ ହେଇଯାଇଥିଲେ ଏବଂ କଲେଜ ରେ ପଶି ବିଧାୟକ ଏବଂ ପ୍ରିନ୍ସିପାଲ ଙ୍କୁ ଚାବି ପକାଇଦେଇଥିଲେ I ବହୁ ସମୟ ପରେ ବିଧାୟକ ଙ୍କୁ ତାଲା ଖୋଲାଯାଇଥିଲା ,ତେବେ ଖବର ଅନୁଯାଇ ଛାତ୍ର ଛାତ୍ରୀ ଅଭିଯୋଗ କରିଛନ୍ତି ଯେ ଗଭର୍ଣ୍ଣି ବଡ଼ି ବୈଠକ ରେ ବିଧାୟକ ଙ୍କର କୌଣସି କାମ ନାହିଁ ସେ ସେଥିରେ ମେମ୍ବର ନୁହନ୍ତି ବରଂ ସାଂସଦ ଙ୍କ ପ୍ରତିନିଧି ମେମ୍ବର ଥାନ୍ତି ତେଣୁ ବିଧାୟକ କାହିଁକି ଯାଇଥିଲେ ? ଅପରପକ୍ଷରେ ବିଧାୟକ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ I

LEAVE A REPLY

Please enter your comment!
Please enter your name here