ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଷୋମବାର ସନ୍ଧ୍ୟାରେ ବିଜେପିର ଅଧ୍ୟକ୍ଷ ଅମିତ ସାହାଙ୍କ ରାଲି ଚାଲିଥିବା ବେଳେ ତୃଣମୂଳ କଂଗ୍ରେସ ଛାତ୍ର ପରିଷଦର ସଦସ୍ୟ ଓ ବିଜେପିର କାର୍ଯ୍ୟକର୍ତାଙ୍କ ମଧ୍ୟରେ ହଙ୍ଗାମା ହେଲା I ତୃଣମୂଳ କଂଗ୍ରେସର ଛାତ୍ରମାନେ ଅମିତ ସାହାଙ୍କ ବାହନ ଉପରକୁ ପଥର ଫୋପାଡିଲେ ତାପରେ ସେମାନଙ୍କର ଝଗଡା ବିଜେପିରେ ସାମିଲୀ ହୋଇଥିବା କାର୍ଯ୍ୟକର୍ତାଙ୍କ ସହ ହେଲା I କିଛି ସମୟ ପାଇଁ ସେମାନଙ୍କ ଭିତରେ ପଥର ଓ ବୋତଲ ଫିଙ୍ଗାଫିଙ୍ଗି ଚାଲିଲା I ସେହି ହଂଗାମାକୁ ରୋକିବା ପାଇଁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଲା I ଏହି ହଙ୍ଗାମାରେ ବହୁ ଲୋକ ଆଘାତ ହେଲେ I ଆଘାତ ହେବା ଯୋଗୁ ସେହି ଇଲାକାରେ ହିଂସା ଜନ୍ମିଲା I ହିଂସା ଜନ୍ମିବା ଯୋଗୁ ସେଠାରେ ନିଆଁ ଲଗାଇଦିଆଗଲା I
ଅମିତ ସାହା ପତ୍ରକାରଙ୍କୁ କହିଲେକି ଏହି ଆତଙ୍କ ମମତା ବାନାର୍ଜୀଙ୍କ ଆଦେଶରେ ହେଇଛି ଏହି ହାମଲା ତାଙ୍କର ହାରିବାର ପ୍ରତୀକ

I ସେ କହିଲେ ତୃଣମୂଳ କଂଗ୍ରେସର ଗୁଣ୍ଡା ରାଲିରେ ତାଙ୍କ ଉପରେ ଅଚାନକ ହାମଲା କରିଦେଲେ ସେହି କାରଣରୁ ରୋଡ଼ ସୋ ପୁରା ହେଇପାରିଲା ନାହିଁ ଓ ବିବେକାନନ୍ଦଙ୍କ ପ୍ରତିମା ଉପରେ ମାଳଭି ଚଢ଼ିପାରିଲା ନାହିଁ I ବିଜେପିର ରାଷ୍ଟ୍ରୀୟ ସଚିବ ରାହୁଲ ସିଂନ୍ହା ଆରୋପ ଲଗାଇଲେ ରାଜ୍ୟର ପୋଲିସ ପ୍ରଥମେ ମୂକଦର୍ଶକ ଭଳି ରହିଲା I ଅନ୍ୟ ପଟେ ତୃଣମୂଳ କଂଗ୍ରସ ଲଗାଇଲାକି ବିଜେପିର ସମର୍ଥକ ମାନେ ଜାଣିଶୁଣି ହିଂସା କରିଥିଲେ I ପାର୍ଟି ମହାସଚିବ ପାର୍ଥ ଚାଟାର୍ଜୀ କହିଲେ ବିଜେପି ତାର ତାକତ ଦେଖେଇବା ପାଇଁ ହଙ୍ଗାମା ଆରମ୍ଭ କରିଥିଲା ଓ ତାପରେ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଲା I ବାହାରୁ ଗୁଣ୍ଡା ଆଣି ହଙ୍ଗାମା ଓ ହିଂସା କରାଇଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଲେ ବିଜେପି ବାହାରୁ ଗୁଣ୍ଡା ଆଣି ହଙ୍ଗାମା ଓ ହିଂସା କାଣ୍ଡ କରାଇଥିଲା I ସେ ବିଦ୍ୟାସାଗର କଲେଜେର ବିଜେପି ସମର୍ଥକଙ୍କୁ ନିନ୍ଦା ମଧ୍ୟ କରିଥିଲେ I ଏକ ବରିଷ୍ଠ ପତ୍ରକାର ସୋମାନ ସେନ କହିଲେ ବିଦ୍ୟାସାଗର ଗେଟ ପାଖରେ ତୃଣମୂଳ କଂଗ୍ରେସ ଛାତ୍ର ପରିଷଦର କାର୍ଯ୍ୟକର୍ତା ମାନେ ସାହାଙ୍କ ରାଲିରେ ପହଁଚିଲେ ସେମାନେ ପ୍ରଥମରୁ ହାତରେ କଲା ଦଣ୍ଡା ଧରି ଠିଆ ହେଇଥିଲେ I ପୋଲିସ ପ୍ରଥମେ ତାଙ୍କୁ ରୋକୀଲା କିନ୍ତୁ ସାହାଙ୍କ ରାଲି ସେଠାରେ ପହଂଚିବା ମାତ୍ରେହିଁ ଛାତ୍ର ତାଙ୍କୁ କଲାଦଣ୍ଡ ଦେଖାଇଲେ ଓ ଅମିତି ସାହା ଗୋ ବ୍ୟାକ କହି ଚିଲାଇବାକୁ ଲାଗିଲେ I ପରେ ଅଚାନକ କିଏ ସାହାଙ୍କ ବାହନ ଉପରକୁ ପଥର ଫିଙ୍ଗିଲା ତାପରେ ପୋଲିସ ଲାଠିଚାର୍ଜ କରିବାକୁ ଲାଗିଲା ଓ ସେଠାରେ ହାହାକାର ଖେଳିଗଲା I ସେ କହିଲେ ବିଜେପିର ଲୋକ ମଧ୍ୟ ପଥର ଫିଙ୍ଗିବାକୁ ଲାଗିଲେ ଗେଟ ପାଖରୁ ବୋତଲ ଫିଙ୍ଗାଗଲା I ତାପରେ ପୋଲିସ ଲାଠିଚାର୍ଜ କଲା ଓ ସେଠାରେ ଭୟାନକ ପରିସ୍ଥିତି ହୋଇଗଲା Iବିଜେପିର ନେତାମାନେ କଂଗ୍ରେସ ଉପରେ ଆରୋପ ଲଗାଇଲେକି ରୋଡ଼ ସୋ କରିବା ସମୟରେ ସେମାନେ ବାଧା ସୃଷ୍ଟି କରିବାକୁ ଚାହୁଁଥିଲେ I ନିର୍ବାଚନ ଆୟୋଗ ସାହାଙ୍କୁ ରୋଡ଼ ସୋ କରିବା ପାଇଁ ଅନୁମତି ଦେଇଥିଲା I କିନ୍ତୁ ସରକାର ସେଠାରେ ପାର୍ଟିର ବ୍ୟାନର ଲଗାଇବାକୁ ଦଉନଥିଲା I ସେ ବଙ୍ଗଳା ସରକାର ଉପରେ ଗୁଣ୍ଡାଗାର୍ଡିର ଆରୋପ ଲଗାଇବାକୁ ଯାଇ କହିଲେ ନିର୍ବାଚନ ଆୟୋଗ ପାଖାରେ ତାଙ୍କର କମ୍ପ୍ଲେନ କରିବି I
ସାହସ ଅଛିତ ମତେ ଗିରଫ କରି ଦେଖା
ଅମିତ ସାହା ଜୟ ଶ୍ରୀରାମଙ୍କ ନା ନେଇ କହିଲେ ମୁ ମଙ୍ଗଳବାର ଦିନ କୋଲକାତାରେ ରହିବି
ଯଦି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାହସ ଅଛିତ ମୋତେ ଗିରଫ କରି ଦେଖାନ୍ତୁ I ସାହା ମମତା ବାନାର୍ଜୀଙ୍କ ଉପରେ ଆରୋପ ଲଗାଇଲେକି ସେ ସ୍ୱର୍ଣ୍ଣିମ ବଙ୍ଗଳାକୁ କାଙ୍ଗାଳ ବଙ୍ଗଳା ବନେଇଦେଇଛନ୍ତି I ରାଜ୍ୟ ସରକାରଙ୍କ ତରଫରୁ ହେଲିକ୍ୟାପ୍ଟର ତଳକୁ ଓଲାଇବାର ଅନୁମତି ନମିଳିବାରୁ ତାଙ୍କୁ ଏକ ରାଲି ରଦ୍ଧ କରିବାକୁ ପଡିଲା I
ନିର୍ବାଚନ ଆୟୋଗର ଭୂମିକା :ପୋଲିସ କହିଲେ ନିର୍ବାଚନ ଆୟୋଗର ନିର୍ଦେଶରେ ବ୍ୟାନର କଟାଉଟ ହଟାଗଲା I ବିଜେପିର ନେତାମାନେ ଦାବିକଲେକି ପୋଲିସ ଉପସ୍ତିତି ଥିବା ସତ୍ୱେବି ତୃଣମୂଳ କଂଗ୍ରେସର କାର୍ଯ୍ୟକର୍ତା ମାନେ ଏହି କାମ କରୁଥିଲେ ଓ ସେହି ଲୋକମାନେ ଜାଣିଶୁଣି ବ୍ୟାନରକୁ ନଷ୍ଟ କରୁଥିଲେ I

LEAVE A REPLY

Please enter your comment!
Please enter your name here