ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ କାଲି କେନ୍ଦ୍ରାପଡ଼ା ବାସି ଙ୍କୁ ବିଭିନ୍ନ ରୋଡ ସୋ ମାଧ୍ୟମ ରେ ନିଜର ମନ ର କଥା କହିଛନ୍ତି। କେନ୍ଦ୍ରାପଡ଼ା ର ତିନିମୁହାଣି, ଗୁଲନଗର, ଇନ୍ଦୁପୁର, ଗୋଗୁଆ, ପଟ୍ଟାମୁଣ୍ଡାଇ, ପାତ୍ରପୁର, ଆଳି, ରାଜକନିକା, ହରିପୁର, ବରପଦା, ଭାଗତପୁର, ଟାଙ୍ଗୀ ପ୍ରଭୃତି ସ୍ଥାନ ରେ ରୋଡ ସୋ କରି ଜନସାଧାରଣ ଙ୍କୁ କହିଥିଲେ ଯେ କେନ୍ଦ୍ରାପଡ଼ା ର ବିକାଶ ଦାୟିତ୍ଵ ଏବେ ସିଧା ସଳଖ ସେ ନିଜେ ଦେଖିବେ। ଏହା ସହ ସେ କହିଛନ୍ତି କି କେନ୍ଦ୍ରାପଡ଼ା ହେଉଛି ବିଜୁବାବୁ ଙ୍କ କର୍ମ ଭୂମି। ସେଥି ପାଇଁ ସେ କେନ୍ଦ୍ରାପଡ଼ା ବାସି ଙ୍କୁ ନିଜର ପରିବାର ଭଳି ଦେଖୁଥିଲେ। ଏବଂ ସେ ସମ୍ପର୍କ ଏବେ ମଧ୍ୟ ଅଛି।

ଏହା ସହ ସେ ପୂର୍ବ ବର୍ଷ ନିର୍ବାଚନ କଥା କହିଛନ୍ତି କି ସେ ଜଣେ ଯୁବ ଓ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଙ୍କୁ କେନ୍ଦ୍ରାପଡ଼ା ର ଦାୟିତ୍ଵ ଦେଇଥିଲେ। ତାଙ୍କୁ ସେ ଠାରେ ନୁହଁ ଦୁଇ ଦୁଇ ଥର ଲୋକସଭା କୁ ପଠାଇଥିଲେ। ଭାବିଥିଲେ ଯେ ସେ କେନ୍ଦ୍ରାପଡ଼ା ର କିଛି ଉନ୍ନତି କରିବେ, କିନ୍ତୁ ଏହା ହେଲା ନାହିଁ। ସେହି ଲୋକ ତାଙ୍କ ସହ ବିଶ୍ବାସଘାତକତା କଲା। ସେ କେନ୍ଦ୍ରାପଡ଼ା ର ସ୍ବାର୍ଥ କଥା ଭାବି ନିଜ ସ୍ବାର୍ଥ କଥା ଭାବିଲା। ସେଥି ପାଇଁ କେନ୍ଦ୍ରାପଡ଼ା ବାସି ତାଙ୍କୁ କେବେ ବି କ୍ଷମା ଦେବେ ନାହିଁ। କିନ୍ତୁ ଏବେ ସେ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଙ୍କୁ କେନ୍ଦ୍ରାପଡ଼ା ର ଦାୟିତ୍ଵ ଦେବାକୁ ମନୋନୀତ କରିଛନ୍ତି। ଏହା ସହ ସେ ନିଜେ ମଧ୍ୟ କେନ୍ଦ୍ରାପଡ଼ା ର ଦାୟିତ୍ଵ ନେବେ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here