ବର୍ତ୍ତମାନ ପୃଥିବୀ ରେ ପରିବେଶ ଏବଂ ମନୁଷ୍ୟ ଶରୀର ର ର ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇଛି। ଏଥି ପାଇଁ ଜାତିସଂଘ ଦ୍ୱାରା ପ୍ରକାଶିତ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ରିପୋର୍ଟ୍ ରେ ବୈଜ୍ଞାନିକ ମାନେ କହିଛନ୍ତି ଯେ କମ୍ ମାଂସ ଖାଇବା ଏବଂ କମ୍ ଖାଦ୍ୟ ନଷ୍ଟ କରିବା ଦ୍ୱାରା ବିଶ୍ଵ ର କର୍ବନ୍ ନିର୍ଗମନ ହ୍ରାସ ପାଇବ। ଫଳରେ ଆମେ ଏବଂ ଆମ ପରିବେଶ ସୁସ୍ଥ ରହିବ।

ଏହି ରିପୋର୍ଟ୍ ରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ ଉଦ୍ଭିଦ ଜ ଖାଦ୍ୟ ଓ ପ୍ରାଣୀଜ ଖାଦ୍ୟ ର ସନ୍ତୁଳିତ ଆହାର କଠିନ, ଦୀର୍ଘସ୍ଥାୟୀ, ଏବଂ ସ୍ବଳ୍ପ ପରିମାଣ ର କର୍ବନ ଗ୍ୟାସ୍ ନିର୍ଗମନ କରାଏ। ଏହା ମାନବ ର ସ୍ଵାସ୍ଥ୍ୟ ପକ୍ଷେ ହିତକର।

ବର୍ତ୍ତମାନ ବିଶ୍ଵ ରେ ଯେଉଁ ବିଶ୍ଵ ତପାୟନ ସମସ୍ୟା ଦେଖାଯାଉଛି ଏହାର ବଡ଼ କାରଣ ହେଉଛି ଅତ୍ୟଧିକ ଖାଦ୍ୟ ନଷ୍ଟ ଓ ମାଂସ ଭୋଜନ। ମାଂସ ପାଇଁ ଅତ୍ୟଧିକ ପଶୁ ପାଳନ କରାଯାଉଥିବାରୁ ପଶୁ ପାଳନ ପାଇଁ ଉଦ୍ଭିଦ ରେ ଅତ୍ୟଧିକ ସାର ପ୍ରୟୋଗ ଯୋଗୁ ସବୁଜ ଗୃହ ବାଷ୍ପ ନିର୍ଗତ ହେଉଛି। ଏହା ସହ ଖାଦ୍ୟ ନଷ୍ଟ ଯୋଗୁଁ ୮% ରୁ ୧୦% କାର୍ବନ ଗ୍ୟାସ୍ ନିର୍ଗତ ହେଉଛି। ଯାହା କି ପରିବେଶ ଉପରେ କୁ ପ୍ରଭାବ ପକାଉଛି।

LEAVE A REPLY

Please enter your comment!
Please enter your name here