ପୁଣି ଜଣେ ଓଡ଼ିଆ ଙ୍କୁ ମିଳିଛି ଗୁରୁ ଦାୟିତ୍ୱ I ପୂର୍ବରୁ ଶକ୍ତିକାନ୍ତ ଦାଶ ଙ୍କୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଗଭର୍ଣ୍ଣର ଭାବେ ନିଯୁକ୍ତ ଦିଆଯାଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଓଡ଼ିଆ ସମ୍ବଲପୁର ର ଆଇଏଏସ୍ ପ୍ରମୋଦ କୁମାର ମିଶ୍ର ଙ୍କୁ ଏହା ଦାୟିତ୍ୱ ଦିଆଯାଇଛି I ସୂଚନା ଥାଉ କି ପ୍ରମୋଦ ଙ୍କ ଘର ସମ୍ବଲପୁର ରେ ଏବଂ ସେ ୧୯୭୨ ବ୍ୟାଚ୍ ଗୁଜରାଟ କ୍ୟାଡରରେ ଆଇଏଏସ୍‌ ଉତୀର୍ଣ୍ଣ ହେଇଥିଲେ। ଗୁଜୁରାଟ ରେ ସେ କାମ କରୁଥିବା ସମୟରେ ମୋଦି ଙ୍କ ଗୁଡ଼ ବୁକ ରେ ଆସିଥିଲେ I ଓଡ଼ିଶାରେ ମଧ୍ୟ ସେ ରେଙ୍ଗାଲୀ ଡ୍ୟାମ ପ୍ରୋଜେକ୍ଟରେ କାମ କରି ଚର୍ଚିତ ହେଇଥିଲେ I ତେବେ ପ୍ରଧାନମନ୍ତ୍ରୀ ଙ୍କ ସବୁଠାରୁ କ୍ଷମତାଶାଳୀ ଅଧିକାରୀ ନୃପେନ୍ଦ୍ର ମିଶ୍ର ଙ୍କ ଅବସର ପରେ ଚର୍ଚା ହେଉଥିଲା କି ପ୍ରମୋଦ କୁମାର ଙ୍କୁ ଗୁରୁ ଦାୟିତ୍ୱ ଦିଆଯାଇପାରେ ,ଏହି ଚର୍ଚା ଏବେ ସତ ରେ ପରିଣତ ହେଇଚି ଏବଂ ପ୍ରମୋଦ କୁମାର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତ ପାଇଛନ୍ତି

LEAVE A REPLY

Please enter your comment!
Please enter your name here