ହିନ୍ଦୁ ଧର୍ମରେ ବହୁଶାରା ଦେବତା ଅଛନ୍ତି କିନ୍ତୁ ତାଙ୍କ ଭିତରେ ହନୁମାନଙ୍କୁ ସବୁଠୁ ବେଶୀ ବଳଶାଳୀ ଓ ଜ୍ଞାନୀ ବୋଲି ମାନନ୍ତି I ଯେତେବେଳେ ହନୁମାନଙ୍କ ଖୁସି କରିବା କଥା ପଡେ ସେତେବେଳେ ପ୍ରଥମେ ଭଗବାନଙ୍କୁ ଖୁସିକରିବାକୁ ପଡିଥାଏ କାରଣ ପବନପୁତ୍ର ହନୁମାନଙ୍କ ନାମ ନବା ମାତ୍ରେହିଁ ଭକ୍ତ ଉପରେ ତାଙ୍କର କୃପାଦୃଷ୍ଟି ପଡିବା ଆରମ୍ଭ ହୋଇଯାଏ I ପବିତ୍ର ଗ୍ରନ୍ଥ ଅନୁସାରେ କୌଣସିଭି ଭଗବାନ ପୃଥିବୀକୁ ଖାସ କାମରେ ଆସିଥାନ୍ତି ଓ ତାକୁ ସମାପ୍ତ କରି ଦେବଲୋକ ଚାଲିଯାଆନ୍ତି କିନ୍ତୁ ହନୁମାନ ଏମିତି ଦେବତା ଯିଏ ଆଜିଭି ଆମମାନଙ୍କ ଗହଣରେ ବାନର ରୂପରେ ଉପସ୍ଥିତ ଅଛନ୍ତି I ତାଙ୍କ ପୂଜା ସମୟରେ ଭକ୍ତମାନେ ହନୁମାନ ଚାଳିଶା ପଢ଼ିଥାନ୍ତି I ଯଦି ଆପଣ ଭାବୁଛନ୍ତି ଏହା ପଢିବା ଦ୍ୱାରା କେବଳ ଭଗବାନ ପ୍ରସନ୍ନ ହୁଅନ୍ତି ତାହେଲେ ଆପଣ ଭୁଲୁ ଭାବୁଛନ୍ତି କାରଣ ତୁଳସୀ ଦାସଙ୍କ ଦ୍ୱାରା ରଚିତ ଏହି ହନୁମାନ ଚାଳିଶାକୁ ପଢିବଲେ ଭଗବାନ ପ୍ରସନ୍ନ ହେବା ସହିତ ଭକ୍ତର ମନୋସ୍କାମନା ନିଶ୍ଚିତ ରୂପରେ ପୁରଣ ହୋଇଥାଏ I ହନୁମାନଙ୍କ ପୂଜା କରିବା ପୂର୍ବରୁ ପ୍ରଥମେ ଶ୍ରୀରାମଙ୍କ ପୂଜା କରିବା ଆବଶ୍ୟକ I ହନୁମାନ ଚାଳିଶାର ରଚନା ମହର୍ଷି ତୁଳସୀ ଦାସ କରିଥିଲେ ଓ ଏଥିରେ ଚାଳିଶିଟି ଜପ ବିଷୟରେ କୁହାଯାଇଛି I ଏହି ସବୁ ଜପର ଅଲଗା ଅଲଗା ମହତ୍ୱ ରହିଛି I ଏଥିରେ ତିନଟି ଜପ ଅଛି ଯାହାକୁ ପଢିଲେ ହନୁମାନ ଅତ୍ୟଧିକ ପ୍ରସନ୍ନ ହୋଇଥାନ୍ତି Iଯେଉଁ ଭକ୍ତ ହନୁମାନ ଚାଳିଶାର 24 ନମ୍ବର ଜପକୁ ଉଚ୍ଚାରଣ କରିବା ତା ଜୀବନରେ କେବେ ଜ୍ଞାନ କମ ହେବ ନାହିଁ I ଏହାକୁ 108 ଥର ଜପ କରିବା ଦ୍ୱାରା ସ୍ମରଣ ଶକ୍ତି ମଧ୍ୟ ବଢିଥାଏ ଓ ସ୍ୱାସ୍ଥ ସବୁବେଳେ ଭଲ ରହେ I ଯଦି ଆପଣଙ୍କ ଜୀବନ ଦୁଃଖରେ ଥାଏ ସ୍ୱୟଂ ହନୁମାନ ଆପଣଙ୍କ ଦୁଃଖକୁ ନାଶ କରିଥାନ୍ତି ଓ ସବୁବେଳେ ସୁଖରେ ଆଶୀର୍ବାଦ ଦେଇଥାନ୍ତି I ଯେଉଁ ଭକ୍ତ 25 ନମ୍ବର ଚାଳିଶାକୁ ଜପ କରିବ ତା ଜୀବନ ରୋଗମୁକ୍ତ ହେଇଯିବ I ତା ସହ ଜପ କରିବା ଦ୍ୱାରା ତାକୁ ଲାଭାପ୍ରାପ୍ତି ମିଳିଥାଏ I ଯେଉଁ ଭକ୍ତ ହନୁମାନ ଚାଳିଶାର 26 ନମ୍ବର ଚାଳିଶାକୁ ଜପିଥାଏ ତାଙ୍କ ଭବିଷ୍ୟରେ ଆସୁଥିବା ସବୁ ସଙ୍କଟ ଦୂର ହୋଇଯାଏ ଓ ଗ୍ରହ ଦୋଷରଭି ନାଶ ହୋଇଥାଏ I ହନୁମାନଙ୍କ ଭକ୍ତ ସବୁଦିନ ହନୁମାନ ଚାଳିଶା ପଢିବା ଦରକାର ତା ସହିତ ଶ୍ରୀରାମଙ୍କ ପୂଜା କରିବା ଦରକାର I ପୂଜା ସମୟରେ ଲାଲ ରଙ୍ଗର ବସ୍ତ୍ର ଧାରଣ କରିବା ଦରକାର କାରଣ ହନୁମାନ ଲାଲ ରଙ୍ଗରେ ଅଧିକ ପ୍ରସନ୍ନ ହୋଇଥାନ୍ତି I

LEAVE A REPLY

Please enter your comment!
Please enter your name here