ହିନ୍ଦୁ ଧର୍ମ ଅନୁସାରେ ଭଗବାନଙ୍କ ପାଇଁ ଏକ ଅଲଗା ସ୍ଥାନ ବନାଯାଏ I ସମସ୍ତଙ୍କ ଘରେ ତ ଦେବାଦେବୀ ମନ୍ଦିର ନିଶ୍ଚୟ ଥିବ ସେହି ମନ୍ଦିରରେ ଦେବତାଙ୍କ ଫଟୋ ଓ ମୂର୍ତି ନିଶ୍ଚୟ ଥିବ I ସମସ୍ତଙ୍କ ଘରେ ତ ପୂଜା ଘର ନିଶ୍ଚୟ ଥିବ କିନ୍ତୁ ଏହି କଥା ବିଷୟରେ ବହୁତ କମ ଲୋକଙ୍କୁ ଜଣାଥିବକି ଘରେ ଏମିତିକା ଦେବୀଦେବତାଙ୍କ ମୂର୍ତି ରଖାଯାଏନାହିଁ ଯଦି ଏହାକୁ ଘରେ ରଖାଯାଏ ବର୍ବାଦ ଛଡା ଆଉ କିଛି ହେବ ନାହିଁ I ସବୁ ଘରେ ମନ୍ଦିର ଅଲଗା ଅଲଗା ତରିକାର ହେଇଥାଏ I ବାସୁଶାସ୍ତ୍ର ଅନୁସାରେ ମୁଖ୍ୟ ଦରବାର ,ରୁମ ,ରୋଷେଇ ଘର ,ପାହାଚ ,ଘରର ମନ୍ଦିର ଏସବୁ ବାସ୍ତୁ ଦୋଷରୁ ମୁକ୍ତ ହେବା ଅତି ଆବଶ୍ୟକ I ଘରର ସବୁ ସ୍ଥାନ ମହତ୍ଵପୁର୍ଣ I ଘରେ ମନ୍ଦିର ଥିବା ସ୍ଥାନ ସବୁଠୁ ଶୁଭ I

ମନ୍ଦିର ସହ ଜଡିତ କିଛି ନିୟମ ଅଛି ଯାହାର ପାଳନ କରିବା ନିହାତି ଦରକାର I ନ ଦେଖିକରି ମନ୍ଦିର ବନାଇଲେ ତାର ଫଳ ପ୍ରାପ୍ତ ହୁଏ ନାହିଁ I ପ୍ରଥମେ ଘରର ମନ୍ଦିର ଥିବା ସ୍ଥାନକୁ ସଫା ରଖିବା ଦରକାର କେବେବି ମନ୍ଦିର ଉପରେ ଧୂଳି ,ମଳି ଆଦି ନରହିବା ଦରକାର I ମନ୍ଦିରରେ କେବେବି ଅନ୍ଧାର ନରହିବା ଦରକାର ମନ୍ଦିରରେ ସବୁବେଳେ ଆଲୋକ ରହିବା ଦରକାର I ମନ୍ଦିରରେ କେବେବି ଖଣ୍ଡିଆ ମୂର୍ତି ରଖନ୍ତୁ ନାହିଁ I

ପ୍ରଥମ ହେଉଛି ଭୈରବ ଦେବତା :ଭୈରବ ଦେବତା ଶିବଙ୍କର ଏକ ଅବତାର I ଭୈରବ ଦେବତାଙ୍କୁ କେବେବି ପୂଜା ଘରେ ରଖନ୍ତୁ ନାହିଁ କାହିଁକିନା ତାଙ୍କୁ ତନ୍ତ୍ରବିଦ୍ୟା ଦେବତା ମନାଯାଏ I ତାଙ୍କ ପୂଜା ଘର ଭିତରେ ନକରି ଘରର ବାହାରେ କଲେ ଭଲ ହେବ I ଘର ଭିତରେ ଯଦି ତାଙ୍କର ପୂଜା କରାଯାଏ ତାହେଲେ ଘରେ ଅଜଣା ଘଟଣା ଓ ସେ ଘର ବର୍ବାଦ ଆଡକୁ ଗତି କରେ

I ଦୁତୀୟ ମୂର୍ତି ହେଉଛି ନଟରାଜ ଏହା ଦେଖିବା ପାଇଁତ ବହୁତ ସୁନ୍ଦର ନଟରାଜ ଭଗବାନ ଶିବଙ୍କର ରୁଦ୍ର ରୂପ I ଏହାକୁ ଘରେ ରଖନ୍ତୁ ନାହିଁ କାରଣ ଏହା ଭଗବାନ ଶିବଙ୍କ କ୍ରୋଧିତ ରୂପ I ମଣିଷ ଦେହରେ ଏତେ ଶକ୍ତି ନାହିକି ସେ ଭଗବାନ ଶିବଙ୍କ କ୍ରୋଧକୁ ସାମ୍ନା କରିପାରିବ ତ ସେଥିପାଇଁ ନଟରାଜଙ୍କ ମୂର୍ତି ଘରେ ରଖନ୍ତୁ ନାହିଁ ଯଦି ଏହା କରନ୍ତି ତ ଘରେ ସବୁବେଳେ ଅଶାନ୍ତି ହୁଏ ଓ ରାଗ ହୋଇଥାଏ ଓ ଛୋଟ ଛୋଟ କଥାରେ ଝଗଡା ହୋଇଥାଏ ତ ସେଥିପାଇଁ ଏହି ମୂର୍ତ୍ତିକୁ ଘରେ ରଖନ୍ତୁ ନାହିଁ

I ନଟରାଜଙ୍କ ପୂଜା ଘର ବାହାରେ କରିପାରିବେ I ତୃତୀୟ ମୂର୍ତି ହେଉଛି ରାହୁ ଏବଂ କେତୁ ଏହାକୁ ଘରେ ରଖିବା ଅଶୁଭ ମନାଯାଏ ଜୋତିସଙ୍କ ଅନୁସାରେ ସନି ,ରାହୁ,କେତୁ ଦେବତାଙ୍କୁ ପାପୀକ୍ରମ ମନାଯାଏ

I ଶନିଙ୍କୁ ନ୍ୟାୟର ଦେବତା କୁହନ୍ତି କିନ୍ତୁ ରାହୁ ଓ କେତୁ ପାପୀ ଗ୍ରହ ଅଟନ୍ତି I ଯଦି ଏହାକୁ ଘରେ ପୂଜା କରନ୍ତି ତାହେଲେ ଘରେ ଆପଣ ଅଶାନ୍ତିକୁ ନିମନ୍ତ୍ରଣ କରୁଛନ୍ତି I ଘର ବାହାରେ ପୂଜା କରିପାରିବେ I ଘରେ ପୂଜା କଲେ ରାକ୍ଷାସଗୁଣ ଆସିଥାଏ ଏହା ଦ୍ୱାରା ଭୟାନକ ଘଟଣା ଘରେ ଘଟିଥାଏ I ଚତୁର୍ଥ ମୂର୍ତି ହେଉଛି ଖୋଲା ମୁହଁ ଥିବା ସିଂଙ୍ଘ ମୂର୍ତି ଘରେ ରଖନ୍ତୁ ନାହିଁ ସିଂହ ଦ୍ୱାରା ରୁଦ୍ର ରୂପ ନେଇଥିବା କୌଣସିଭି ମୂର୍ତି ଘରେ ରଖନ୍ତୁ ନାହିଁ I ଅଧିକ ସମୟରେ ମାତା ସିଂହ ଉପରେ ବସିଥାନ୍ତି ଓ ସେହି ସମୟରେ ମାତା କ୍ରୋଧିତ ରୂପରେ ଥାନ୍ତି ଓ ସେହି ସମୟରେ ସିଂହ ରାକ୍ଷସକୁ ବଦ୍ଧ କରୁଥାଏ ଓ ସିଂହର ମୁହଁ ଖୋଲା ଥାଏ ଏହି ମୂର୍ତି ଘରେ ରଖିଲେ ଘରେ ସବୁବେଳେ ଅଶାନ୍ତି ଓ ଘରର ସବୁ କାମ ବିଗିଡିଯାଏ କାହିଁକିନା ଆମେ ମଣିଷ ଦେବତାଙ୍କ କ୍ରୋଧକୁ ଆମେ ସାମ୍ନା କରିପାରିବାନି I

LEAVE A REPLY

Please enter your comment!
Please enter your name here