ଏହି ଚାରିଜଣ ଙ୍କୁ ମାତା ସୀତା ଦେଇଥିଲେ ଅଭିଶାପ ,ଯାହା କଳିଯୁଗ ରେ ମଧ୍ୟ ସତ ହେଉଛି
ତ୍ରେତୟା ଯୁଗରେ ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କ ଅବତାର ପ୍ରଭୁ ରାମ ଓ ମାତା ସୀତା ରାଜା ଦଶରଥଙ୍କ ମୃତ୍ୟୁ ପରେ ତାଙ୍କ ପିଣ୍ଡ ଦାନ ପାଇଁ ବିହାରରେ ଥିବା ଗୟାରେ ପହଁଚିଲେ I

ସେହି ସମୟରେ ଏମିତି କିଛି ଘଟଣା ଘଟିଲା ଯାହା ଫଳରେ ମାତା ସୀତା ଚାରିଜଣଙ୍କୁ ଅଭିଶାପ ଦେଇଥିଲେ ଯାହାକି ସେମାନେ ଏବେବି ଭୋଗୁଛନ୍ତି I ଗୟା ପହଂଚିବା ପରେ ରାମ ଓ ଲକ୍ଷ୍ମଣ ସାମଗ୍ରୀ ଆଣିବାକୁ ଗଲେ ପରନ୍ତୁ ଦୁଇଭାଇଙ୍କ ଆସିବା ବିଳମ୍ବ ହେବାରୁ ପିଣ୍ଡ ଦାନ ସମୟ ଗଡିଯାଉଥିଲା ସେତେବେଳେ ରାଜା ଦଶରଥ ସ୍ୱୟଂ ଦର୍ଶନ ଦେଲେ ଆଉ ପିଣ୍ଡଦାନ ଦେବାକୁ ସୀତାଙ୍କୁ କହିଲେ I ଦଶରଥଙ୍କ କହିବା ଅନୁଯାଇ ସେ ଫାଲ୍ଗୁନୀ ନଦୀକୂଳରେ ପିଣ୍ଡଦାନ କଲେ ରାମ ଲକ୍ଷ୍ମଣ ଆସିବା ପୂର୍ବରୁ ସୀତା ପୁରା ବିଧିବିଧାନରେ ପିଣ୍ଡଦାନ କରିଥିଲେ I

ସେତେବେଳେ ସେଠି ପାଂଚଜଣ ସାକ୍ଷୀ ଥିଲେ ସେମାନେ ହେଉଛନ୍ତି ଗୋଟେ ବୃକ୍ଷ ,ଫାଲ୍ଗୁନୀ ନଦୀ,ଗୋଟେ ଗାଈ ,ଆଉ ଗୋଟେ ତୁଳସୀ ଗଛ ଓ ଆଉ ଜଣେ ବ୍ରiହ୍ମଣ I ଯେତେବେଳ ରାମ ଲକ୍ଷ୍ମଣ ଆସି ମାତା ସୀତାଙ୍କ ପାଖରେ ପହଁଚିଲେ ସେ ପିଣ୍ଡଦାନ କରିସାରିଛନ୍ତି ବୋଲି କହିଲେ ତାଙ୍କ କଥାକୁ ସତ୍ୟ ବୋଲି ବିବେଚନା କରିବା ପାଇଁ ସେ ସେହି ପାଂଚ ଜଣଙ୍କୁ ପଚାରିଲେ କିନ୍ତୁ ସେମାନଙ୍କ ମଧ୍ୟରୁ ଚାରିଜଣ ମିଛ କହିଲେ କେବଳ ବଟବୃକ୍ଷକୁ ଛାଡି I ତାପରେ ଦଶରଥ ନିଜେ ଆସି ତାଙ୍କ ପିଣ୍ଡଦାନ ବିଧିରେ ହୋଇଛି ବୋଲି କହିଲେ I

ସେମାନେ ମିଛ କହିଥିବାରୁ ମାତା ସୀତା ତାଙ୍କୁ ଅଭିଶାପ ଦେଲେ ସେ ନଦୀକୁ ଅଭିଶାପ ଦେଲେଯେ ସେ ସବୁବେଳେ ମାଟିରୁ ତଳକୁ ବୋହିବ I ଗାଈକୁ ଅଭିଶାପ ଦେଲେ ପ୍ରତେକ ଘରେ ପୁଜା ତ ମିଳିବ କିନ୍ତୁ ତାକୁ ସବୁବେଳେ ଅଇଁଠା ଭୋଜନ ଖାଇବାକୁ ପଡିବ I ତୁଳସୀ ଗଛକୁ ଅଭିଶାପ ଦେଲେକି ଗୟାରେ କୌଣସି ତୁଳସୀ ଗଛ ଉଠିବ ନାହିଁ I

ବ୍ରାହ୍ମଣକୁ ଅଭିଶାପ ଦେଲେକି ଗୟାରେ କୌଣସି ବ୍ରାହ୍ମଣ ସନ୍ତୁଷ୍ଟ ରହିବେ ନାହିଁ ,ସବୁବେଳେ ଦରିଦ୍ରତା ରହିବ ଏବଂ ବରଗଛକୁ ବରଦାନ ମିଳିଲା ଯେ ଗୟାକୁ ପିଣ୍ଡଦାନ କରିବାକୁ ଆସୁଥିବା ବ୍ୟକ୍ତି ବର ଗଛକୁ ମଧ୍ୟ ପିଣ୍ଡଦାନ କରିବ I

LEAVE A REPLY

Please enter your comment!
Please enter your name here