ଆଜି ଇଦ୍‌-ଉଲ୍‌-ଜୁହା ପାଳନ କରାଯାଇଥିବା ବେଳେ ସାମ୍ନା କୁ ଆସିଛି ପାକିସ୍ତାନ ର ହୀନ ମନ୍ୟତା I ନିକଟରେ କାଶ୍ମୀର ରୁ ଧାରା 370 ଉଛେଦ ହେବାପରେ ଏହାକୁ ନେଇ ପାକିସ୍ତାନ ଭାରତ ଉପରେ କ୍ରୋଧିତ ଅଛି I ପାକିସ୍ତାନ ଚାଁହୁନଥିଲା କି ଜାମୁ କାଶ୍ମୀର ରୁ ଧାରା 370 ଉଛେଦ ହେଉ ବୋଲି I ଏମିତିରେ ବି ପାକିସ୍ତାନ ଜାତିସଙ୍ଘ ର ଦ୍ୱାରସ୍ଥ ହେଇଥିଲା ଏଇ ଘଟଣା କୁ ନେଇକି I ଭାରତ ସହିତ ବ୍ୟବସାୟିକ ସମ୍ପର୍କ ମଧ୍ୟ ପାକିସ୍ତାନ ଛୀର୍ଣ୍ଣ କରିସାରିଛି I ତେବେ ପାକିସ୍ତାନ ଯେ କେତେ ତଳ ସ୍ତରକୁ ଖସିଯାଇପାରେ ଆଜି ତାହାର ଉଦାହରଣ ଦେଖିବାକୁ ମିଳିଛି I

ପ୍ରତିବର୍ଷ ଇଦ୍‌ ପର୍ବ ଉପଲକ୍ଷେ ଭାରତ ଏବଂ ପାକିସ୍ତାନ ସୀମା ରେ ଥିବା ସେନା ମଧ୍ୟରେ ମିଠା ଅଦଳବଦଳ ହେଇଥାଏ ,ଏବର୍ଷ ମଧ୍ୟ ଅଟାରୀ-ଓ୍ବାଘା ସୀମାରେ ଥିବା ଦୁଇ ଦେଶର ସେନା ମଧ୍ୟରେ ଏହି ପର୍ବ ପାଳନ କରିବାକୁ ଭାରତୀୟ ସେନା ମିଠା ବଢାଇଥିଲେ କିନ୍ତୁ ପାକିସ୍ତାନ ସେନା ସେହି ମିଠା ଗ୍ରହଣ କରିନଥିଲେ I ବୋଧହୁଏ ଉପର ମହଲ ରୁ ମିଠା ଗ୍ରହଣ ନକରିବାକୁ ନିର୍ଦେଶ ଅସିଥାଇପାରେ ବୋଲି ବିଶେଷଜ୍ଞ ମାନେ ଆକଳନ କରିଛନ୍ତି I

LEAVE A REPLY

Please enter your comment!
Please enter your name here