ସତରେ କେଡେ ବୋକା ଟେ ମୁଁ ,ଯେଉଁଠି ଭାବନାର ମୂଲ୍ୟ ନାହିଁ ସେଠି ମୁଁ ଆତ୍ମୀୟତା ଖୋଜୁଥିଲି I ରୂଷିଥିଲି ମୁଁ, ନିଜର ଭାବି ଅଭିମାନ କରି, କାଳେ ତୁମେ ମୋ ଅଭିମାନ କୁ ବୁଝିପାରିବ ! ସବୁ କଥା ତ ଆଉ ଖୋଲି କହିହୁଏନି ,ବେଳେବେଳେ କିଛି କଥା ନକହିଲେ ବି ନୀରବତା ରୁ ବୁଝିହେଇଯାଏ I କୁହାଯାଏ ଯେଉଁଠି ସମ୍ପର୍କ ର ଡୋରି ଟା ଯେତେ ନିବିଡ଼ ସେଠି ହୃଦୟ ର କଥା କୁଆଡେ ସହଜରେ ବୁଝି ହେଇଯାଏ ଏଇ ଯେମିତି ଛୁଆ କୁ ଭୋକ ଲାଗିଲେ ଖାଇବାକୁ ମାଗିବା ପୂର୍ବରୁ ମା ଜବରଦସ୍ତ ଖୁଆଇଦିଏ I ଏଠି ତ ହୃଦୟ କୁ କଷ୍ଟ ହେଲେ ବିଚାରା ଆଖି ବି ସମ୍ଭାଳିପାରେନି କାନ୍ଦି ପକାଏ ,
ଆଉ ଯେଉଁଠି ସମ୍ପର୍କ କେବଳ ସ୍ୱାର୍ଥରେ ଗଢ଼ା ସେଠି ଅଭିମାନ କୁ କିଏ ପଚାରେ I କେଜାଣି ସେଦିନ ଭାରି କଷ୍ଟ ହେଲା ଯେଉଁଦିନ ସମ୍ପର୍କ କୁ ତୁମେ ଟଙ୍କା ସହିତ ତୁଳନା କରିଦେଲ I କି ଚମତ୍କାର ଅଭିନୟ ସେଦିନ ଥିଲା ତୁମର ,ଓସ୍କାର ଆୱାର୍ଡ ବି ଫିକା ପଡିଯିବ ତୁମ ଅଭିନୟ ପାଖରେ I ବହୁତ ବିଶ୍ୱାସ ଥିଲା, ଅନ୍ଧ ଭଳି ଭରଷା କରିଥିଲି ସେଥିପାଇଁ ବାସ୍ତବତା କୁ ବୁଝିପାରିନଥିଲି
I ଯେ ପର୍ଯ୍ୟନ୍ତ ସ୍ୱାର୍ଥ ଥିଲା ସେପର୍ଯ୍ୟନ୍ତ ମୁଁ ବହୁତ ନିଜର ଥିଲି ,ଆଉ ଯେବେ ସ୍ୱାର୍ଥ ହାସଲ ହେଇଗଲା କେଜାଣି ଜଣାନଥିଲା କେତେବେଳେ ମୋ ସ୍ଥାନ ଟା କେଉଁଠି ! ଗତ କାଲି ଯାଏଁ ମୁଁ କୁଆଡେ ଭାରି ଶୁଭ ଥିଲି ,ଆଉ ୟା ଭିତରେ ଜଣାନଥିଲା କେତେବେଳେ ଅଶୁଭ ପାଲଟିସାରିଥିଲି I କଣ ବା ମାଗିଥିଲି ମୁଁ ତୁମକୁ ,ମୁଠାଏ ସପନ,ଆଞ୍ଜୁଳାଏ ଖୁସି , ବଦଳରେ ଜୀବନରେ ଏମିତି ମରୁଭୂମି ସଜେଇଦେବ ବୋଲି ଭାବିନଥିଲି , ତୁମେ ଚାଁହୁନଥିଲ ନା ମୁଁ ତୁମ ପାଖରେ ରୁହେ ବୋଲି ,ଏଇ ଦେଖ ଏବେ ତ ମୁଁ ତୁମଠାରୁ ବହୁ ଦୂରରେ ,ହାତ ବଢ଼େଇଲେ ବି ପାଇବନି I ଏବେ ତ ତୁମେ ବହୁତ ଖୁସିରେ ଥିବ ,ତୁମର ସବୁ ଇଛା ପୂରଣ ହେଇସାରିଛି ,ପାଖରେ ବିଡା ବିଡା ଟଙ୍କା ଆଉ ତୁମେ ଚାଁହୁଥିବା ……..I ତଥାପି ତୁମକୁ କୁଆଡେ ମୁଁ କଷ୍ଟ ଦେଉଛି ବୋଲି ବାରମ୍ବାର କହୁଛ ,ଠିକ ଅଛି ତୁମର ସେ ଇଛା ଟା ବି ବହୁତ ଜଲ୍ଦି ପୂରଣ ହେଇଯିବ, ଏ ଯନ୍ତ୍ରଣାଦାୟକ ଜୀବନ ଟା ବ୍ୟତୀତ ମୋ ପାଖରେ ଆଉ କିଛି ନାହିଁ ,ମୋ ଉପସ୍ଥିତି ସିନା ତୁମକୁ କଷ୍ଟ ଦେଉଛି କାଲି କିନ୍ତୁ ମୋ ମୃତ୍ୟୁ ତୁମ ପାଇଁ ଖୁସି ଆଣିଦେବ I ତୁମର ଏ ବିଜୟ କୁ ପରାଜିତ ନାୟକ ର ହାରିଯାଇଥିବା ଲୁହଭରା ଆଖିର ଅଶ୍ରୁରେ ଶୁଭେଚ୍ଛା ସହିତ ଅଭିନନ୍ଦନ I ଚଲାପଥ ତୁମ କୁସୁମିତ ହେଉ I

( ଯଦି କାହା ସହିତ ସାମଞ୍ଜସ୍ୟ ଥାଏ କିମ୍ବା କାହାକୁ ଆଘାତ ଦେଇଥାଏ ଦୁଃଖିତ )

LEAVE A REPLY

Please enter your comment!
Please enter your name here