ଅନୁଭବ ଙ୍କ କଥା ଶୁଣୁନାହାନ୍ତି ଆଇଆଇସି I ଏନେଇ ଟ୍ୱିଟ କରିଥିଲେ କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି I ଖବର ଅନୁଯାଇ କଟକ ସ୍ତିତ ନିଜର ବାସଭବନ ସାମ୍ନାରେ ପଡୋଶୀ ଯୁବକ ଙ୍କ ସହିତ ଅନୁଭବ ଙ୍କର ବଚସା ହେଇଥିଲା ,ଯୁବକ ଜଣଙ୍କ ଅନୁଭବ ଙ୍କୁ ଗାଳି ଗୁଲଜ କରିଥିଲେ ଏନେଇ ଅନୁଭବ ପୁରୀଘାଟ ଆଇଆଇଆସି ଙ୍କୁ ଜଣାଇବା ପରେ ଆଇଆଇସି ସମ୍ପୃକ୍ତ ଯୁବକ ଙ୍କୁ ଗିରଫ କରିବା ବଦଳରେ ଅନୁଭବ ଙ୍କୁ ଦୁର୍ବ୍ୟବହାର କରିଥିବା ଟ୍ୱିଟ କରିଥିଲେ ସାଂସଦ I ଯାହାକି ଜୋରଦାର ଚର୍ଚା ହେଇଥିଲା ,ତେବେ ଏନେଇ କମିଶନର କହିଥିଲେ ଅନୁଭବ ଲିଖିତ ଅଭିଯୋଗ କରନ୍ତୁ

I ଘଟଣା ସଂକ୍ରାନ୍ତ ରେ ଅନୁଭବ ଙ୍କ ବ୍ୟକ୍ତିଗତ ନିରାପତ୍ତା ରକ୍ଷୀ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ସାମ୍ନା କୁ ଆସିଛନ୍ତି ସମ୍ପୃକ୍ତ ଯୁବକ I ଯୁବକ ଜଣଙ୍କ ଛାତ୍ର ବିଜେଡି ରାଜ୍ୟ ଉପସଭାପତି ମନଜିତ୍ ଦାସ I ଅନୁଭବ ଙ୍କ ଅଭିଯୋଗ ପରେ ଯୁବକ ଜଣଙ୍କ ମଧ୍ୟ ଅନୁଭବ ଙ୍କ ବିରୋଧ ରେ ଅଭିଯୋଗ କରିଛନ୍ତି ଯେ ଅନୁଭବ ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି I ଗତକାଲି ସାହିରେ ଦୁଇ ଯୁବକ ଙ୍କ ବ୍ୟକ୍ତିଗତ ଝଗଡା ରେ ଅନୁଭବ ଅଯଥା ହସ୍ତକ୍ଷେପ କରି ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି I

ସୂଚନା ଥାଉ କି କିଛିଦିନ ତଳେ ଜଣେ ମହିଳା ସାମ୍ବାଦିକା ଅନୁଭବ ଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଏବଂ ଏହି ଘଟଣାରେ ପୁରୀଘାଟ ଥାନା ତରଫରୁ ଅନୁଭବ ଙ୍କୁ କ୍ଲିନ ଚିଟ ମିଳିଥିଲା I

LEAVE A REPLY

Please enter your comment!
Please enter your name here